ଭାରତୀୟ ଜନତା ମହିଳା ମୋର୍ଚ୍ଚା ପକ୍ଷରୁ ରଜ ପର୍ବ

ବ୍ରହ୍ମପୁର, (ଅନିଲ କୁମାର):ଭାରତୀୟ ଜନତା ମହିଳା ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ରଜ ପର୍ବ ଉପଲକ୍ଷେ “ପହିଲି ରଜ” ଉତ୍ସବ ପାଳନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀଙ୍କ‌ ନେତୃତ୍ବ ଏବଂ ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ୱାଳ ଓ ବର୍ଷା ବିଦ୍ୟୁସ୍ମିତା ପାଳଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଗଞ୍ଜାମ କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜନତା ମହିଳା ମୋର୍ଚ୍ଚା ତରଫରୁ ମଧ୍ୟାହ୍ନରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏଥିରେ ସହରର ବହୁ ମହିଳା ଓ ଶିଶୁ ପ୍ରତିଯୋଗି ଭାଗ ନେଇଥିଲେ । ଘରୁ ତିଆରି କରି ଆଣିଥିବା ବିଭିନ୍ନ ପ୍ରକାରର ପିଠା,କେଶ ସଜ୍ଜା,ରଙ୍ଗୋଲି,ପାନ,ଏକକ ନୃତ୍ୟ ଏବଂ ଏକକ ଗୀତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଭିନ୍ନ ବର୍ଗରେ ଜିତିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବ୍ରହ୍ମପୁର ସହରର ସାମ୍ବାଦିକତା କ୍ଷେତ୍ରରେ ନିଜକୁ ସମର୍ପିତ କରି ବିଭିନ୍ନ ସମସ୍ୟାକୁ ଫୋଟ ଏବଂ ଭିଡ଼ିଓ ଉତ୍ତୋଳନ ମାଧ୍ୟମରେ ଲୋକଲୋଚନକୁ ଆଣୁଥିବା ପ୍ରିଣ୍ଟ ମିଡ଼ିଆ ଫୋଟଗ୍ରାଫର ଓ ଇଲକ୍ଟ୍ରୋନିକ୍ସ ମିଡ଼ିଆ ଭିଡ଼ିଓଗ୍ରାଫର ସାମ୍ବାଦିକ ବନ୍ଧୁ ମାନଙ୍କୁ ଭାରତୀୟ ଜନତା ମହିଳା ମୋର୍ଚ୍ଚା ପକ୍ଷରୁ ପୁଷ୍ପଗୁଛ, ଉପଢ଼ୌକନ ସହ ମାନପତ୍ର ପ୍ରଦାନ କରାଯାଇ ସମ୍ୱର୍ଦ୍ଧିତ କରାଯାଇଥିଲା । ଏହା ସହ ଗଞ୍ଜାମ ଜିଲ୍ଲା ପାଇଁ ଗୋୖରବ ଆଣିଥିବା ଜାତୀୟ ମାର୍ସଲ୍ ଆର୍ଟ ଏସୋସିସେନ୍ ସଭାପତି ତଥା ବରୁଣେଶ୍ୱର ନୀଳାଦ୍ରି ଫାଉଣ୍ଡେସନ ସଭାପତି ପ୍ରମୋଦ ରାଉଳ,ମିସ୍ ଗଞ୍ଜାମ ଇ.ଦେବୀ ପାତ୍ର,ଡ଼ା.ବିପ୍ର ଚରଣ ଭୂୟାଁ, ଡ଼ା.ସୁବାଷ ସାହୁ,ଜଣାଶୁଣା ବ୍ୟବସାୟୀ ତଥା ସମାଜସେବୀ ପାର୍ଥ ପାଢ଼ୀ,ଭାରତୀୟ ମଜଦୂର ସଂଘ ଜିଲ୍ଲା ସଭାପତି ଡ଼ା.ଭବାନୀ ଶଙ୍କର ଦାସଙ୍କୁ ମଧ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି “ପହିଲି ରଜ” ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଡ଼ା.ଐଶ୍ୱର୍ଯ୍ୟା ରାୟ ବିଶ୍ୱାଳ,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ବିଶିଷ୍ଟ ଲେଖିକା ତଥା ବରିଷ୍ଠ ବିଜେପି ନେତ୍ରୀ ଜୟନ୍ତୀ ପଢ଼ିୟାରୀ,କର୍ପୋରେଟର ବନିତା ସାହୁ,ସବିତା ସାହୁ,ରଞ୍ଜିତା ବେହେରା,ଜିଲ୍ଲା ମହିଳା ମୋର୍ଚ୍ଚା କୋଷାଧ୍ୟକ୍ଷା ପ୍ରେମଶିଳା ନନ୍ଦ ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ‌‌ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ମହିଳା ନେତ୍ରୀ ମମତାମୟୀ ରଣା,ଅନୁରାଧା ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ପ୍ରଶାନ୍ତ କର,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ କୁମାର ଶତପଥି,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ