ଭାରତୀ ବିଦ୍ୟାପୀଠ ପକ୍ଷରୁ ଓଏଏସ ପାଇଥିବା ପୁରାତନ ଛାତ୍ର ଅନିଲକୁ ଭାବ୍ୟସମ୍ବର୍ଦ୍ଧନା
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟା ପୀଠର ପୁରାତନ ଛାତ୍ର , ୨୦୦୨ ମେଟ୍ରିକ ଟପ୍ପର ଥିବା ଓ ବିଦ୍ୟାଳୟ ଏବଂଗଞ୍ଜାମ ପାଇଁ ଗୌରବ ଆଣିଥିବା, ତଥା ସଦ୍ୟ ଓଡିଶା ପ୍ରଶାସନିକ ସେବା ( ଓପିଏସସି ) ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ଓଏଏସ ପାଇଥିବା ଅନିଲ କୁମାର ବିଶୋଇଙ୍କୁ ନିଜ ସ୍କୁଲରେ ଭାବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।ଓଏଏସ ଅନିଲ ସମ୍ବର୍ଦ୍ଧନା ପାଇଁ ଧନ୍ୟବାଦ ଦେବା ସହ ମୁଁ ଯେତେ ବଡ଼ ହେଲେ ବି ଗଞ୍ଜାମ ମାଟି ପାଖରେ ରୁଣୀ ରହିବି।ସମୟକୁ ସତମାର୍ଗରେ ବିନିଯୋଗ କରନ୍ତୁ। ସୋସିଆଲ ମିଡ଼ିଆରୁ ଦୁରେଇ ରହି ବହିର ଦୁନିଆକୁ ଯାଆନ୍ତୁ। ଏକାଗ୍ରତା, ଶୃଙ୍ଖଳା , ପରିଶ୍ରମ ସଫଳତାର ମୂଳମନ୍ତ୍ର ବୋଲି କହିଥିଲେ। ମାଟି ମତେ କଣଦେଇଛି ବଡ଼ କଥା ନୁହେଁ , ମାଟି ପାଇଁ କଣ କରିପାରିବି ତାହା ବଡ଼ କଥା । ମୁଁ ନେଭି ଚାକିରୀ ଅବସର ପରେ ଆଇଏଏସ ପାଇଁ ପ୍ରସ୍ତୁତି ହେଉ ହେଉ ଓଏଏସ ପାଇଲି । ମୁଁ ଯେଉଁଠାରେ ବି କର୍ମମୟ ଜୀବନ ଆରମ୍ଭ କରେ ,ମୋର ବିଦ୍ୟାଳୟ ଓ ମୋର ଗ୍ରାମର ଉନ୍ନତି ପାଇଁ ନିଶ୍ଚିତ କରିବି। ଏହି ଅବସରରେ ଚଳିତ ବର୍ଷ ବିଦ୍ୟାଳୟ ମେଟ୍ରିକ ପରୀକ୍ଷା ରେ ପ୍ରଥମ ହୋଇଥିବା ଅମିତ କୁମାର ପ୍ରଧାନଙ୍କୁ ପାଞ୍ଚହଜାର ଟଙ୍କା, ୨ୟ ହୋଇଥିବା ତୋଫାନ ରାଉଳଙ୍କୁ ତିନି ହଜାର ଟଙ୍କା ଓ ୩ୟ ସ୍ଥାନ ଅଧିକାର କରିଥିବା ରାହୁଲ ଗୌଡ଼କୁ ଦୁଇ ହଜାର ଟଙ୍କା ଅର୍ଥରାଶି ” ଅନୀଲ କୁମାର ବିଶୋଇଫାଉଣ୍ଡେସନ meritorious ପୁରସ୍କାର”ର ପ୍ରଦାନ କରି ଶୁଭାରମ୍ଭ କରିଥିଲେ। ମେଧାବୀ ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରିବା ପାଇଁ ସେ ବଞ୍ଚିଥିବା ପର୍ଯ୍ୟନ୍ତ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷକ ପ୍ରଫୁଲ ମହାପାତ୍ର ଓ ଅନିଲଙ୍କର ବାପା ଅଶୋକ କୁମାର ବିଶୋଇ ମଞ୍ଚାସିନ ଥିଲେ। କ୍ରୀଡା ଶିକ୍ଷକ ତଥା ବିଶିଷ୍ଟ ସଙ୍ଗୀତକାର ପ୍ରୀତିରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହିକାର୍ଯ୍ୟକ୍ରମରେ ବହୁପୂରାତନ ଛାତ୍ର, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ।।ସୂଚନାଯୋଗ୍ୟ ଏହି ବିଦ୍ୟାଳୟର ପୁରାତନ ଛାତ୍ର ତଥା ଗଞ୍ଜାମ ସହରର ସାମନ୍ତରା ସାହି ବାସିନ୍ଦା ସୁରେଶ କୁମାର ପାଢୀ ଓଏଏସ ଓ ପରବର୍ତ୍ତୀ ସମୟରେ ଆଇଏଏସ ପଇଥିବା ବେଳେ , ଅନିଲ ୨ୟ ଛାତ୍ର ରୂପେ ଓଏଏସ ପାଇ ସ୍କୁଲ ପାଇଁ ଗୌରବ ଆଣିଛନ୍ତି


