ବନ୍ଧ କାମ କରିବା ନାମ ରେ ୫ ଲକ୍ଷ ୭୦ ହଜାର ଖାଇଦେଲେ

ସୋରଡ଼ା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନ ରେ ଅନେକ ଜାଗା ରେ ବନ୍ଧ କାମ ନାମ ରେ ଆସୁଥିବା କେନ୍ଦ୍ରୀୟ ଅର୍ଥ ରେ ବ୍ୟାପକ ବାଟବଣା ହୋଇଥିବା ନଜର କୁ ଆସିଛି। ଦେଶ ରେ ଗଞ୍ଜାମ ଜିଲ୍ଲା ନରେଗା କାର୍ଯ୍ୟ ପାଇଁ ପୁରସ୍କୃତ ହେଉଥିବା ବେଳେ ଏହି ଜିଲ୍ଲା ଅନ୍ତର୍ଗତ ସୋରଡା ବ୍ଲକ ରେ ଏହି ଯୋଜନା ରେ ବ୍ୟାପକ ଆର୍ଥିକ ହେରଫେର କରାଯାଉଥିବା ନଜର କୁ ଆସୁଛି। ଏ ସବୁ ର ତଦନ୍ତ କରାଯିବା ପରିବର୍ତେ ସୋରଡା ବ୍ଲକ ପ୍ରଶାସନ ତରଫରୁ କିପରି ବିଲ କରିଦିଆଯାଉଛି ତାହା ଆଶ୍ଚର୍ଯ୍ୟର କଥା। ଏଥିରୁ ଜଣାପଡୁଛି ଯେ କେଉଁଠି ନା କେଉଁଠି ସୋରଡା ବ୍ଲକ ପ୍ରଶାସନ ଓ ଠିକାଦାର ଜି ଆର ଏସ ସମସ୍ତେ ଏଥିରେ ସମ୍ପୃକ୍ତି ଅଛନ୍ତି। ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି ସୋରଡା ବ୍ଲକ ଅନ୍ତର୍ଗତ ପଦରାଇସୁଣୀ ଠାରେ। ପଦରାଇସୁଣୀ ନିକଟ ରେ ଥିବା ଏକ ଖାଇଲା ବନ୍ଧ ର ପୁନରୁଦ୍ଧାର କାର୍ଯ୍ୟ ପାଇଁ ୮ ଲକ୍ଷ ଟଙ୍କା ବ୍ୟୟବରାଦ କରଯାଇଥିଲା। ଏସ ଏଲ ନମ୍ବର ୭୫ ଓ ଏଲ ଏନ ନମ୍ବର ୫୯୮୨ ପ୍ରକାରେ ୨୦୨୨ ଓ ୨୩ ଆର୍ଥିକ ବର୍ଷ ରେ ଏହି ଅନୁଦାନ ଆସିଥିଲା। ଏହି ଅନୁଦାନ ଏବେ ବାଟବଣା। ସବୁଠାରୁ ମଜା କଥା ହେଲା ଏହି ବନ୍ଧ ର ପୁନରୁଦ୍ଧାର କାର୍ଯ୍ୟ ପାଇଁଟଙ୍କା ଆସିଥିବା ନେଇ ଏଠାରେ କୌଣସି ସୂଚନା ମଧ୍ୟ ନାହି। ଏହି ଯୋଜନା ରେ କାମ ଆରମ୍ଭ ହେଲା ପରେ ଏଥିପାଇଁ ନିର୍ଧାରିତ ହେଇଥିବା ଅର୍ଥରାଶି,କାର୍ଯ୍ୟ ଦିବସ ଓ ଆର୍ଥିକ ବର୍ଷ ଇତ୍ୟାଦି ଲେଖାଯିବା ର ପ୍ରାବଧାନ ରହିଛି। କିନ୍ତୁ ଏଠାରେ ସେହିପରି କୌଣସି ସୂଚନା ନାହି। ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ରେ ଲୋକମାନକୁ ୧୦୦ ଦିନ ର ନିଶ୍ଚିତ କାମ ଦେବା ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରକଳ୍ପ ତ୍ବରାନିତ କରୁଛନ୍ତି କିନ୍ତୁ ଅଧିକ ରୁ ଅଧିକ ଜାଗାରେ ବ୍ୟାପକ ଭାବେ ମେସିନ ସାହାର୍ଯ୍ୟ ରେ କାର୍ଯ୍ୟକରାଯାଉଥିବା ଅନେକ ସମୟ ରେ ଅଭିଯୋଗ ହେଉଛି। ଏହି ପ୍ରକଳ୍ପ ରେ ଦିନକୁ ଦୁଇଥର ଏକ ମୋବାଇଲ ଆପ ଜରିଆରେ କାର୍ଯ୍ୟରତ ଶ୍ରମିକ ଙ୍କ ଫୋଟୋ ଦିଆଯିବାକୁ ଥିବା ବେଳେ ଏହାର ଉପସ୍ଥାନ ମଧ୍ୟ ଦେଖାଇବାକୁ ପଡିଥାଏ। ଏ ସବୁ କୁ ମନିଟର କରିବା ପାଇଁ ଜଣେ ଅଧିକାରୀ ମଧ୍ୟ ଥାଆନ୍ତି। ଏ ସବୁ ବାଦେ ମଧ୍ୟ ଏହି ବ୍ଲକ ରେ ଅନେକ ଦୁର୍ନୀତି ଦେଖିବାକୁ ମିଳୁଛି । ସବୁଠାରୁ ବଡକଥା ହେଲା ଏ ସବୁ ଦୁର୍ନୀତି ହେଉଛି ସତ, ମିଥ୍ୟା ବିଲ କରି ଠିକାଦାର ଓ ଜି ଆର ଏସ ମାଲାମାଲ ହେଉଛନ୍ତି ଏହା ବି ସତ, କିନ୍ତୁ ଏ ସବୁ ର ତଦନ୍ତ କରିବ କିଏ। ଯଦି ସୋରଡା ବ୍ଲକ ରେ ହିଁ ଏ ସବୁ ର ମିଥ୍ୟା ବିଲ କରିଦିଆଯାଉଛି ତେବେ ତଦନ୍ତ ଅଧିକାରୀ ଙ୍କ ଅଜଣା ରେ ଯେ ଏହା ହେଉଛି ଏହା ଭାବିବା ଭୁଲ। ତେବେ ଅନଲାଇନ ରୁ ଯାହା ସୂଚନା ମିଳିଛି ବର୍ତମାନ ପଦରାଇସୁଣୀ ନିକଟ ଖାଇଲା ବନ୍ଧ ପୁନରୁଦ୍ଧାର ନାମ ରେ ୫ ଲକ୍ଷ ୭୦ ହଜାର ତାଙ୍କ ବିଲ କରାଯାଇଥିବା ବେଳେ ବ୍ୟବହୃତ ଆବଶ୍ୟକ ସାମଗ୍ରୀ ପାଇଁ ଆଉ ବଳକା ୨ କ୍ଷ ୩୦ ହଜାର ଟଙ୍କା ବାକି ରହିଛି। ଏହି ଯୋଜନା ରେ ତଦନ୍ତ ହେବା ଆଉ ପଦକ୍ଷେପ ନିଆଯାଇବା ଆଶା ନାହିଂ ତଥାପି ଯଦି ଆଉ ବଳକା ବିଲ କରିବା ପୂର୍ବରୁ ତଦନ୍ତ ଅଧିକାରୀ ଏହାର ତଦନ୍ତ କରିବେ ତେବେ ଭଲ କଥା ଯଦି ନାହିଂ ତେବେ ଆଉ ବଳକା ବିଲ କରି ଟଙ୍କା ହଡପ କରିବାରେ ଠିକାଦାରଙ୍କୁ କୌଣସି ସମସ୍ଯା ସାମ୍ନା କରିବାକୁ ପଡିବନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ