ଭାରତୀ ହେକ୍ସାକମ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜସ୍ଥାନ ଓ ଭାରତର ଉତର ପୂର୍ବାଚଂଳ ରାଜ୍ୟଗୁଡ଼ିକରେ ମୋବାଇଲ, ଫିକ୍ସଡ ଲାଇନ୍ ଟେଲିଫୋନ ଓ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଭାରତୀ ହେକ୍ସାକମ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି ।ଏହି ପବ୍ଲିକ ଅଫରର ଅଫର ଫର ସେଲ୍‌ରେ ଟେଲିକମ୍ୟୁନିକେସନ୍ସ କନସଲଟାଂଟ୍‌ସ ଇଣ୍ଡିଆ ଲିମିଟେଡ୍ ୧୦୦,୦୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କରିବ ।ଭାରତୀ ହେକ୍ସାକମ୍ ଲିମିଟେଡ୍ “ଏୟାରଟେଲ୍‌\’ ବ୍ରାଣ୍ଡ୍ ଅଧୀନରେ ଏହାର ସେବା ପ୍ରଦାନ କରୁଛି । ଗୁଣାତ୍ମକ ଗ୍ରାହକ ହାସଲ କରି ଏବଂ ବଜାୟ ରଖି ନିଜର ପୋର୍ଟଫୋଲିଓକୁ ବଢ଼ାଇବା ଏବଂ ଡାଟାରେ ଗ୍ରାହକଙ୍କୁ ଅନନ୍ୟ ଅନୁଭୂତି ପ୍ରଦାନ କରିବାର ରଣନୀତିକୁ ନେଇ କଂପାନି କାମ କରୁଛି । ଗ୍ରାହକ ସମ୍ପୃକ୍ତି ବଢ଼ାଇବା ଏବଂ ପରିବାର ମାଧ୍ୟମରେ ସୁହାଇବା ଭଳି ଅନେକ ଡିଜିଟାଲ ଅଫର ଜରିଆରେ ଗତ ତିନି ଆର୍ôଥକ ବର୍ଷ ମଧ୍ୟରେ ଏହାର ରାଜସ୍ୱ ବଜାର ଅଂଶରେ କ୍ରମାଗତ ଉନ୍ନତି ଆଣିପାରିଛି । ଭାରତୀ ହେକ୍ସାକମ୍ ଏହାର ଲାଭରେ ଉନ୍ନତି ଆଣିବା ଲାଗି ଖର୍ଚ୍ଚରେ ଉନ୍ନତି ଆଣିବା ଉପରେ କାମ କରୁଛି । ଏହା କ୍ରମାଗତ ଭାବରେ ନେଟୱାର୍କ ସମ୍ପ୍ରସାରଣ, ପ୍ରଯୁକ୍ତି ବିଦ୍ୟାର ଉନ୍ନତି ଏବଂ ସ୍ପେକ୍ଟ୍ରମ୍ ନିବେଶରେ ନିବେଶ କରୁଛି । ୨୦୨୩ ସେପ୍େଟମ୍ବର ୩୦ ସୁଦ୍ଧା ଭାରତୀ ହେକ୍ସାକମ୍ ଏହାର ଡିଜିଟାଲ ଭିତିିଭୂମିରେ ୨୦,୩୦୦ କୋଟି ଟଙ୍କା ପୁଞ୍ଜି ବ୍ୟୟ ବିନିଯୋଗ କରିଛି ।ଏହି ଇସ୍ୟୁରେ ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଏସବିଆଇ କ୍ୟାପିଟାଲ ମାର୍କେଟସ ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ, ବିଓବି କ୍ୟାପିଟାଲ ମାର୍କେଟସ ଲିମିଟେଡ, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ ଏବଂ ଆଇଆଇଏଫଏଲ ସିକ୍ୟୁରିଟିଜ୍ ଲିମିଟେଡ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ