ଏ ସରକାର କେବଳ ମଦ ମାଫିଆ ମାନଙ୍କ ସରକାର
ବ୍ରହ୍ମପୁର, (ଓ୍ବାଇଏନ୍ଏସ୍):ବର୍ତ୍ତମାନ ଛୋଟ ଛୋଟ ବ୍ୟବସାୟୀ ନିଜ ପରିବାର ପ୍ରତିପୋଷଣ ପାଇଁ ଦୋକାନଟିକୁ ଖୋଲି ନ ପାରି , ଓଳିଏ ଖାଇଲେ ଓଳିଏ ଭୋକିଲା ରହି ବଞ୍ଚିବାକୁ ସଂଘର୍ଷ କରୁଥିବା ବେଳେ, ରାଜ୍ୟ ସରକାର ଗରିବ ବ୍ୟବସାୟୀ ମାନଙ୍କ ନିମନ୍ତେ କୌଣସି ପଦକ୍ଷେପ ନେବା ବଦଳରେ ମଦ ବ୍ୟବସାୟ ପାଇଁ ଚିନ୍ତିତ ହୋଇ ପଡିବା ଅତି ଦୁଃଖର ବିଷୟ । ଗରିବ ଚାହା ବ୍ୟବସାୟୀ ର ଚାହା ବିକ୍ରି ଉପରେ ପ୍ରଶାସନ ଲଗାମ ଲଗାଉ ଥିବା ବେଳେ ସରକାର ମଦ ବିକ୍ରିର ସୁପରିଚାଳନା ପାଇଁ ବିଭିନ୍ନ ପଦକ୍ଷେପ ମାନ ନେଇ ପୁଣି ଥରେ ପ୍ରମାଣିତ କରିଛନ୍ତି, ଏ ସରକାର କେବଳ ମଦ ମାଫିଆ ମାନଙ୍କ ସରକାର।ଆସନ୍ତା କାଲି ଠାରୁ ବେରିକେଟ ବ୍ୟବସ୍ଥାରେ ମଦ ବିକ୍ରି ବ୍ୟବସ୍ଥାକୁ ବିଜେପି ବିରୋଧ କରୁଛି ।


