ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ : ଡ୍ରାଇଭର ଆହତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ର ସାରଙ୍ଗଗଡ଼ ନୂଆଗାଁ ଛକରେ ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ । ରୋଗୀଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଛାଡି କ.ନୂଆଗାଁ ମେଡ଼ିକାଲକୁ ଫେରୁଥିଲା ବେଳେ ଘଟିଲା ଦୁର୍ଘଟଣା। ଫଳରେ ଡ୍ରାଇଭର ଆହତ ହୋଇଛନ୍ତି । ସ୍ଥାନୀୟଲୋକ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।ଅନ୍ୟ ୨ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ସାରଙ୍ଗଗଡ଼ ପୋଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ, ମଙ୍ଗଳବାର ସକାଳେ ଏକ ୧୦୮ ଆମ୍ବୁଲାନ୍ସ (ଓଡ଼ି-୦୨ ବିଜେ ୦୮୮୫) ନୂଆଗାଁ ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଛି । ଦୁର୍ଘଟଣା ଡ୍ରାଇଭର ଆହତ ହୋଇଥିବା ବେଳେ ଅନ୍ୟ ୨ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଦୁର୍ଘଟଣା ବେଳେ ଅମ୍ବୁଲାନ୍ସରେ କେହି ରୋଗୀ ନଥିବା ଜଣାପଡ଼ିଛି । ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ