ଭାରସାମ୍ୟ ହରାଇ ପୋଲରୁ ଖସିଲା ଡମ୍ଫର, ଡ୍ରାଇଭର ମୃତ
ଯୋଡା,(ସମୀର ଦାସ): ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ ପୋଲ ଉପରୁ ଏକ ଡମ୍ଫର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ୟୁ ଘଟିଥିବା ଜଣାପଡିଛି । ବାମେବାରୀ ଥାନା ଆଇଆଇସି ରାଜେନ୍ଦ୍ର କୁମାର ସ୍ୱାଇଁ ସୂଚନା ଦେଇ କହିଛନ୍ତି ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଡମ୍ଫର ନଂ ଓଡି୦୯ଡି ୯୫୭୨ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଡମ୍ଫରର ଡ୍ରାଇଭର ବୁଦ୍ଧଦେବ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ବୁଦ୍ଧଦେବଙ୍କ ଘର ଉଚ୍ଚବାଲିଠାରେ ବୋଲି ସୂଚନା ଦେଇଛନ୍ତି ।


