ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଓଲଟି ପଡିଲା ଟିପ୍ପର
ଯୋଡା, (ସମୀର କୁମାର ଦାସ): ଯୋଡା ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ରାଜ୍ୟ ରାଜପଥ ନଂ ୨ ରଣାଶାଳ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଟିପ୍ପର ଓଲଟି ପଡିବାରୁ ଚାଳକ ଜଣକ ଅଳ୍ପକେ ରକ୍ଷା ପାଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ସୋମବାର ଅପରାହ୍ନରେ (ଓଆର-୧୪ପି-୩୯୭୯) ନଂ ଥିବା ଏକ ଟିପ୍ପର ଜୋଲଡି ସ୍ଥିତ ଏସ୍ଏନ୍ ମହାନ୍ତି ଲୌହ ଖଣିରୁ ଫାଇନ୍ସ ବୋଝେଇ ହୋଇ ବାଉଁଶପାଣି ରେଳ ସାଇଡିଂରେ ଖଲାସ କରିବା ଉଦ୍ଦେଶ୍ୟରେ ଆସୁଥିବା ବେଳେ ବିପରୀତ ପଟୁ ଏକ ୧୨ଚକିଆ ଟ୍ରକ ବେପରୁଆ ଭାବେ ରଣାଶାଳ ନିକଟରେ ଅତିକ୍ରମ କରିବାରୁ ଟିପର ଟି ଭାରସାମ୍ୟ ହରାଇ ଘାଟିରାସ୍ତାର ୧୨ ଫୁଟ ତଳେ ଓଲଟି ପଡିଥିଲା । ୧୨ ଚକିଆ ଟ୍ରକଟି ଦୁର୍ଘଟଣା ଘଟାଇ ଦୃତଗତିର ଫେରାର ହୋଇଯାଇଥିବା ବେଳେ ଟିପର ଡ୍ରାଇଭର ଏମ୍ ଡି ମୁରଦୁଲାମ୍ ଅଳ୍ପକେ ଆକସ୍ମିକ ଦୃଘଟଣାରୁ ରକ୍ଷା ପାଇଯାଇଛନ୍ତି । ଉକ୍ତ ରାସ୍ତାରେ ଅପରାହ୍ନ ୨ଟାରୁ ୩ଟାଯାଏ ନୋ ଏଣ୍ଟ୍ରି ଖୋଲିଯିବା ପରେ ଖଣିଜ ବୋଝେଇ ଭାରିଯାନ ଗୁଡିକ ସହର ରାସ୍ତା ଅତିକ୍ରମ କରିବା ନିମନ୍ତେ ଏକ ପ୍ରକାର ପ୍ରତିଯୋଗିତା ଲାଗିଯାଉଛି ଫଳରେ ଏହି ଅଣଓସାରିଆ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନ ଜୀବନ ହାନି ହେଉଥିବା ନଜିର ରହିଛି । ତେଣୁ ସ୍ଥାନୀୟ ପ୍ରଶାସନ ଏଦିଗକୁ ଦୃଷ୍ଟି ଦେଇ ବେପରୁଆ ଟ୍ରକ୍ ଚାଳକ ପ୍ରତି ଅଙ୍କୁଶ ଲଗାଇବାକୁ ସାଧାରଣରେ ଦାବୀ ହୋଇଛି ।


