ଭାଲୁ ଆକ୍ରମଣରେ ୩ ଗୁରୁତର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ତିରିଂ ବ୍ଳକର ରତନସାହି ଗ୍ରାମ ନିକଟସ୍ଥ ଚୁଡିଆ ଜଙ୍ଗଲ ନିକଟରେ ଜଣେ ଛେଳି ଚରାଳି ସମେତ ଦୁଇଜଣ ଭାଲୁ ଆକ୍ରମଣରେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ ଡଲାଯୋଡି ଗ୍ରାମର ଲେବିଆ ବାନରା(୪୦) ଆଜି ମଧ୍ୟାହ୍ନ ଖରାବେଳେ ଗ୍ରାମ ନିକଟସ୍ତଥ ଚକୁଳିଆ ଜଙ୍ଗଲ ପାଖରେ ଛେଳି ଗୋରୁ ଚଳାଇଥିଲେ । ହଠାତ୍ ଏକ ବଡ଼ ଭାଲୁ ଜଙ୍ଗଲରୁ ବାହାରି ତାଙ୍କୁ ଆକ୍ରମଣ କରିଥିଲା ।ସେ ରକ୍ଷାକର ରକ୍ଷାକର ମୋତେ ଭାଲୁ କାମୁଡୁଛି ଚିତ୍କାର କରିଥିଲା ।ତାଙ୍କର ଚିତ୍କାର ଶୁଣି ପାଖ ଗ୍ରାମ ବାଡ଼ରେ ବୁଟୁକା ସେଗେଘୁଟୁ ଗ୍ରାମର ଦୁର୍ଗା ହାଁସଦା ଏବଂ ସେଗେଘୁଟୁ ଗ୍ରାମର ଧାନ ହାଁସଦା ଦୌଡ଼ି ଯାଇ ଲେବିଆ କୁ ରକ୍ଷା କରିବାକୁ ଯାଇଥିବାବେଳେ ଭାଲୁ ଲେବିଆକୁ ଛାଡି ସେ ଦୁଇ ଜଣଙ୍କୁ କାମୁଡି ରକ୍ତାକ୍ତ କରି ଜଙ୍ଗଲ ଭିତରକୁ ପଳାଇଥିଲା ।ଲିବିଆ ବାନରାର ଜଙ୍ଘକୁ କାମୁଡି ଖଣ୍ଡିଆ ଖାବରା କରିବା ସହ ତାଙ୍କର ପଛ ମଥାରେ ମାଡ଼ ହୋଇଛି । ସେହିଭଳି ଦୁର୍ଗା ଙ୍କ ହାତକୁ କାମୁଡ଼ି ଦେଇଛି ।ଧାନ‌ ହାଁସଦା ର ଛାତି ଏବଂ ବାହୁରୁ ହାପୁଲେ ମାଂସ କାଢି ପକାଇଛି ଗୁରୁତର ଭାବରେ ଖଣ୍ଡିଆ ଖାବରା ହୋଇଛନ୍ତି । ଜୀବନ ସହିତ ସଂଘର୍ଷ କରୁଛନ୍ତି ସମସ୍ତଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଛି । ଲେବିଆ ଏବଂ ଧାନ ଙ୍କ ଅବସ୍ଥା ଗୁରୁତର ଯୋଗୁଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯିବ ।ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ସେମାନଙ୍କ ର ସ୍ବାସ୍ଥ୍ୟ ଅବସ୍ଥା ବୁଝାସୁଝା କରୁଛନ୍ତି । ଯାହାକିଛି ସରକାରୀ ବ୍ୟବସ୍ଥା ମଧ୍ୟରେ ସହାୟତା କରାଯିବା ପାଇଁ ପ୍ରସ୍ତୁତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ