ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଜାତୀୟ କୃଷି ବଜାର (ଇ- ନାମ) ସହ ସଂଯୁକ୍ତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦଙ୍କ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି (Rairangpur Market Yard) ବିଧିବଦ୍ଧ ଭାବରେ ଜାତୀୟ କୃଷି ବଜାର (e-NAM MANDI ସହିତ ଆଜିଠାରୁ ସଂଯୁକ୍ତ ହେଲା । ଓଡ଼ିଶାର ସମସ୍ତ ୬୬ ଟି ନିୟନ୍ତ୍ରିତ ବଜାର କମିଟି ସହିତ e-NAM ସହିତ ଯୋଡି ହୋଇଛି । ଯାହାଫଳରେ ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଭାରତର କୋଣେ ଅନୁକୋଣେ ସମସ୍ତ କୃଷି ବଜାର ସହିତ ଯୋଡି ହୋଇ ଆମଦାନୀ ଓ ରପ୍ତାନି କରିପାରିବ । ଯାହାଦ୍ବାରା ଚାଷୀମାନେ ସେମାନଙ୍କର କଷ୍ଟ ଉପ୍ତାଦିତ ଦ୍ରବ୍ୟକୁ ଉଚିତ ମୂଲ୍ୟରେ କରିବାର ସୁଯୋଗ ପାଇ ପାରିବେ । ବ୍ୟବସାୟୀମାନେ ମଧ୍ୟ e-NAM ମାଧ୍ୟମରେ ସମସ୍ତ କୃଷିଜାତ ଦ୍ରବ୍ୟର ଆମଦାନୀ ଓ ରପ୍ତାନୀ ଚାଷୀ ତଥା ଖାଉଟିଙ୍କ ଚାହିଦା ମୁତାବକ ନେଣଦେଣ କରିବାର ସୁବିଧା ସୁଯୋଗ ପାଇ ପାରିବେ ।ଏହାକୁ ବଜାର ନିୟନ୍ତ୍ରିତ କାର୍ଯ୍ୟାଳୟ ପରିସରରେ ବିଭାଗୀୟ ଅଧିକାରୀ ତଥା ସଂପାଦକ ଶ୍ରୀ ହେମନ୍ତ ନାଏକ, ଉପାଧ୍ୟକ୍ଷ ଶ୍ରୀ ପାର୍ଥସାରଥୀ କବି,ଆର ଏମସି କର୍ମଚାରୀ ଦୀନେଶ ବେହେରା,ଦେଵନନ୍ଦନ ଚନ୍ଦ୍ର କୁମାର,ଅଜୟ ମଲ୍ଲିକ,ଭୋଳାନାଥ ହେମ୍ବ୍ରମ,ଶିବ କୁମାର ଦାସ,ବ୍ୟବସାୟୀ ମନିଷ ସରେଇଓ୍ବାଲା,ଚାଷୀ ଭବାନୀ ଶଙ୍କର ମହାନ୍ତ,ଅନିଲ ବେହେରାଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ । ଏଥିରେ ଉପାଧ୍ୟକ୍ଷ ଶ୍ରୀ ପାର୍ଥସାରଥୀ କବି ଏବଂ ଭାରାପ୍ରାପ୍ତ ସଂପାଦକ ଶ୍ରୀ ହେମନ୍ତ ନାଏକ e-NAM ଉପରେ ସବିଶେଷ ତଥ୍ଯ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ