ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ଗ୍ରାମ୍ୟ ଉନ୍ନୟନ କନିଷ୍ଠ ଯନ୍ତ୍ରୀ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଇଂ. ବଂଶୀଧର ସେଠୀ ମଙ୍ଗଳବାର ଦିନ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଜଣାପଡିଛି । ଖବରନୁଯାୟୀ, ଦିଗପହଣ୍ଡି ସହର ରାଜପୁର ରୋଡ଼ରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟରେ ଆଜି ସକାଳେ ଭିଜିଲାନ୍ସ ଟିିମ ଅତର୍କିତ ଚଢ଼ାଉ କରି କନିଷ୍ଠ ଯନ୍ତ୍ରୀ ଶ୍ରୀ ସେଠୀଙ୍କ ପ୍ରକୋଷ୍ଠରୁ ବହୁ ସଂଖ୍ୟକ ନଥିପତ୍ର ଜବତ କରିଛନ୍ତି । ମହିଳା ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ଵରେ ବିଭାଗୀୟ କର୍ମଚାରୀ ମାନେ ଏହି ଚଢ଼ାଉରେ ସାମିଲ ହୋଇ ପ୍ରାପ୍ତ ସୂଚନାନୁସାରେ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ – ୧ କାର୍ଯ୍ୟଳୟ ଅଧିନରେ ଥିବା ଦିଗପହଣ୍ଡି ସ୍ଥିତ ଉକ୍ତ କାର୍ଯ୍ୟଳୟରେ ଇଂ. ବଂଶୀଧର ଗତ ପ୍ରାୟ ୩ ବର୍ଷ ହେଲା ଏଠାରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଆଜି ଭୋରରୁ କଟକ ଏବଂ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ୨ ଡି ଏସ ପି ଏବଂ ୬ ଇନ୍ସପେକ୍ଟରଙ୍କ ନେତୃତ୍ଵରେ ଗଞ୍ଜାମ ଜିଲ୍ଲ ପୋଲସରା ଥାନା ଅଧିନ ଚିରିକିପଡ଼ା ଶାସନ ସ୍ଥିତ କନିଷ୍ଠ ଯନ୍ତ୍ରୀଙ୍କ ପୈତୃକ ବାସଭବନ, ବର୍ତ୍ତମାନ ରହୁଥିବା ବ୍ରହ୍ମପୁର ଶକ୍ତିନଗର -୨ ୟ ଲେନ ସ୍ଥିତ ବାସଭବନ, ତାଙ୍କ ନାଁ ରେ ଥିବା ବ୍ରହ୍ମପୁର ଲୋଚାପଡ଼ା ଅଞ୍ଚଳରେ ଥିବା ବହୁ ମୂଲ୍ୟର ଅଟ୍ଟାଳିକା ଉପରେ ଏବଂ ସେ ଚାକିରି କରୁଥିବା ଦିଗପହଣ୍ଡି ସ୍ଥିତ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଙ୍କ କାର୍ଯ୍ୟ।ଳୟ ଉପରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଆୟ ବହିର୍ଭୁତ ସ୍ଥାବର ଅସ୍ଥାବର ସମ୍ପତ୍ତି ଭିଜିଲାନ୍ସ ଟିମ୍ ଜବତ କରି ତଦନ୍ତ ଚଳାଇଥିବା ସୂତ୍ରରୁ ଜଣାପଡିଛି । ସୂଚନା ଯୋଗ୍ୟ ଏହିକି ଯେ, ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଜଣକ ଗତ କିଛି ବର୍ଷ ପୂର୍ବେ ଚୁକ୍ତିଭିତ୍ତିକ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି କାର୍ଯ୍ୟ କାଳ ଆରମ୍ଭ କରିଥିବା ବେଳେ ଅଳ୍ପ କିଛି ବର୍ଷ ହେଲା ସେ ନିୟମିତ କନିଷ୍ଠ ଯନ୍ତ୍ରୀ ଭାବେ ବିଭିନ୍ନ ସରକାରୀ କାର୍ଯ୍ୟ।ଳୟରେ କାମ କରିବା ପରେ ବର୍ତ୍ତମାନ ଦିଗପହଣ୍ଡିରେ ଅଫିସକରୁଥିବା ଜଣାପଡିଛି । ଦିଗପହଣ୍ଡି ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟ।ଳୟରେ ଚଢାଉ କରି ତଦନ୍ତ ଚଳାଇଥିବା ଜଣେ ମହିଳା ଭିଜିଲାନ୍ସ ଡି ଏସ ପି ଏବଂ ଇନ୍ସପେକ୍ଟରଙ୍କୁ ଏନେଇ ପଚାରିବାରୁ ସେମାନେ କୌଣସି ତଥ୍ୟ ଦେବାକୁ ସିଧାସଳଖ ମନା କରିଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ