ବଡଗାଁରେ ବିଜେଡିର ୪୫ ନମ୍ବର ଜୋନ ସ୍ତରୀୟ କର୍ମି ସମ୍ମିଳନୀ ଓ ମହା ମିଶ୍ରଣ ପର୍ବ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ରାଇରଙ୍ଗପୁର ବ୍ଲକର ସାନପାଖଣା ପଞ୍ଚାୟତର ବଡଗାଁ ପଡିଆରେ ବିଜେଡିର ୪୫ ନମ୍ବର ଜୋନ ସ୍ତରୀର କର୍ମି ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସାମନା କରିବା ପାଇଁ ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ତଥା ମୟୂରଭଂଜ ପ୍ରଭାରୀ ପ୍ରଣବ ପ୍ରକାଶ ଦାସଙ୍କ ଆହ୍ୱାନରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ରାଇରଙ୍ଗପୁର ବ୍ଲକର ୪୫ ନମ୍ବର ଜୋନ ସ୍ତରୀୟ ବିଜେଡିର କର୍ମି ସମ୍ମିଳନୀରେ ମୁଖ୍ୟ ଅତିଥି ଭାଵେ ରାଜ୍ୟ ଆଇଟି ସେଲର ସଂଯୋଜକ ସୁବ୍ରତ ଛାଟୋଇ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସଂଯୋଜିକା ପ୍ରିତିନନ୍ଦା କାନୁନଗୋ, ପର୍ଯ୍ୟବେକ୍ଷକ ହରିଶ ନାଏକ, ଜିଲ୍ଲା ଯୁବ ବିଜେଡି ସଭାପତି ଅଭିଷେକ ପଟନାୟକ, ଜିଲ୍ଲା ସଦର ମହିଳା ସଭାନେତ୍ରୀ ତନୁଜା ମହାନ୍ତ, ରତିକାନ୍ତ ପରୀକ୍ଷା, ବାସନ୍ତୀ ମାରାଣ୍ଡୀ, ଆଡଭୋକେଟ ସଂଜୟ ନନ୍ଦ, ସାଜିଦ ହୁସେନ, ସଦର ଜିଲ୍ଲା ଯୁବ ବିଜେଡି ସଂପାଦକ ଆହ୍ୱାନ ପଟନାୟକ, ବ୍ଲକ ଯୁବ ବିଜେଡି ସଭାପତି ପଙ୍କଜ ସିଂ, ଆଡଭୋକେଟ ଆଲୋକ ମହାନ୍ତ, ରଂଜିତା ଲେଙ୍କା ସମେତ ବହୁ ଦଳୀୟ କର୍ମି ସାମିଲ ହୋଇଥିଲେ । ସାଜିଦ ହୁସେନ ମଂଚ ପରିଚାଳନା କରିଥିଲେ । ନେତୃବୃନ୍ଦ ନବୀନ ସରକାରଙ୍କ ଵହୁମୁଖୀ ଜନ କଲ୍ୟାଣ ଯୋଜନା ଉପରେ ବକ୍ତବ୍ୟ ରଖିଥିଲେ । ଓଡିଶାର ବିକାଶ ପାଇଁ ବିଜେଡି ହିଁ ଏକମାତ୍ର ସମର୍ପିତ ଦଳ । ତେଣୁ ଆଗକୁ ଓଡିଶାବାସୀଙ୍କର ଆର୍ଥିକ ବିକାଶ ପାଇଁ ଓ ଓଡିଶାର ବିକାଶର ଚିତ୍ରକୁ ଆଗେଇ ନେବାପାଇଁ ତ୍ରିସ୍ତରୀୟ ନିର୍ବାଚନରେ ବିଜେଡିକୁ ବିପୁଳ ସମର୍ଥନ ଦେବାପାଇଁ ନିବେଦନ କରିଥିଲେ । ଏହି କର୍ମି ସମ୍ମିଳନୀରେ ଶତାଧିକ ଯୁବ, ମହିଳା, ସଂଖ୍ୟାଲଘୁ ଲୋକେ ବିଜେଡି ଦଳରେ ସାମିଲ ହେବା ସହ ଦଳ ଯାହା ନିଷ୍ପତ୍ତି ଦେବ ତାହାକୁ ଗ୍ରହଣ କରିଵେବୋଲି କହିଥିଲେ ।


