ଭିଜିଲାନ୍ସ ପଞ୍ଝାରେ ମହିଳା କିରାଣୀ

ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲା ପାଳ କାର୍ଯାଳୟର ସଂଯୁକ୍ତା ଦାସ ନାମକ ଜଣେ ବରିଷ୍ଠ କିରାଣୀ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ପାଇ ଜଗତସିଂହପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କର ୪ଗୋଟି ବାସଭବନରେ ଏକା ସାଙ୍ଗରେ ଖାନ୍ତଲାସ୍ ଚାଲିଛି। ସଂପୃକ୍ତା କିରାଣୀଙ୍କ ଘର ଜଗତସିଂହପୁର ସାତପୁରା ଗ୍ରାମ ଅଟେ। ସେ ଜଗତସିଂହପୁର ପାଣିଶାଳିଆରେ ରହୁଥିଲେ। ଶ୍ରୀମତୀ ଦାସଙ୍କର ବିଭିନ୍ନ ସ୍ଥାନରେ କୋଠା ରହିଛି। ପାଖା ପାଖି ୧୫ଗୋଟି ଏଟିଏମ୍ କାର୍ଡ ଓ ଅନେକ ବିମା କାଗଜ ବହୁ ଆକାଉଣ୍ଟ ଭିଜିଲାନ୍ସ ହାତରେ ପଡିଛି। ସ୍ବତନ୍ତ୍ର ଭାବେ ଘରେ ଲକର୍ ତିଆରି କରି ସେଥିରେ ସୁନା ଅଳଙ୍କାର ନଗଦ ଟଙ୍କା ସହିତ ଅନ୍ୟାନ୍ୟ କାଗଜପତ୍ର ଜମି ପଟ୍ଟା ପ୍ରଭୃତି ରହିଥିବା ଅନୁମାନ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ