ମୁକ୍ତେଶ୍ଵର ପାଣିପଞ୍ଚାୟତ ନିର୍ବାଚନ ; ବିକାଶ – ସଭାପତି, ବାଇନାଥ – ସମ୍ପାଦକ ନିର୍ବାଚିତ
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ସ୍ଥିତ ଘୋଡାହାଡ ପାଣିପଞ୍ଚାୟତ ଶୀର୍ଷକମିଟି କାର୍ଯ୍ୟାଳୟ ସଭାଗୃହରେ ବୁଧବାର ଶ୍ରୀ ମୁକ୍ତେଶ୍ଵର ପାଣିପଞ୍ଚାୟତ ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ବିକାଶ କୁମାର ପଶୁପାଳକ , ସମ୍ପାଦକ ଭାବେ ଏମ୍. ବାଇନାଥ ଏବଂ କୋଷାଧକ୍ଷା ଭାବେ ସୁଶୀଳା ମହାନ୍ତି ସର୍ବସମ୍ମତକ୍ରମେ ନିର୍ବାଚିତ ହୋଇଛନ୍ତି। ବିଭିନ୍ନ ପଦବୀ ପାଇଁ ମନୋନୟନ ପତ୍ର ଦାଖଲ ସମୟରେ ଦିଗପହଣ୍ଡି ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, କାଉନସିଲର ଭଗବାନ ସ୍ବାଇଁ, ଲବ ମହାନ୍ତି, କେ. କୁନା, ସିମାଞ୍ଚଳ ସେଠୀ ପ୍ରମୁଖ ପାଣି ପଞ୍ଚାୟତ ଚକ କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଘୋଡାହଡ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ଉପନିର୍ବାହୀ ଯନ୍ତ୍ରୀ ତଥା ନିର୍ବାଚନ ଅଧିକାରୀ ଇଂ. ଏ.ଗୋପାଳ ରାଓ ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିବା ବେଳେ ସହକାରୀ ଯନ୍ତ୍ରୀ ଇଂ. ଶୁଶାନ୍ତ ମହାପାତ୍ର , ବିଭାଗୀୟ କର୍ମଚାରୀ ପ୍ରଦୀପ କୁମାର ମହାନ୍ତି , ସୁରେନ୍ଦ୍ର ନାଥ ସେଠୀ ଓ ବୀର କିଶୋର ରାଉତ ପ୍ରମୁଖ ସହଯୋଗ କରିଥିଲେ।


