ଭିନ୍ନକ୍ଷମ ବୃଦ୍ଧଙ୍କୁ ଟ୍ରାଇସାଇକେଲ ଓ ରାସନ ମିଳୁନଥିବା ଅଭିଯୋଗ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଚନ୍ଦନପୁର ପଂଚାୟତର ଚଉଦକୁଲାଟ, ତମାଳଶାସନ ଗ୍ରାମର କମାଲ ହୋସେନ ଜଣେ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି । କରୋନା ସଂକ୍ରମଣ ସମୟରେ ସେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିବା ଅସମ୍ଭବ ହୋଇପଡିଛି । ତାଙ୍କର ପୂର୍ବରୁ ଥିବା ଟ୍ରାଇସାଇକେଲଟି ଦୀର୍ଘଦିନ ହେବ ଭାଙ୍ଗିଯାଇଛି । ଭିନ୍ନକ୍ଷମ କମାଲ ବହୁବାର ତାଙ୍କୁ ଗୋଟିଏ ଟ୍ରାଇସାଇକେଲ ଯୋଗାଇଦେବାକୁ ବ୍ଲକକୁ ଦୈାଡି ଦୈାଡି ନୟାନ୍ତ ହେଲେଣି । କିନ୍ତୁ ଟ୍ରାଇସାଇକେଲ ପାଇପାରୁନାହାନ୍ତି । ଅନ୍ୟପକ୍ଷରେ କମାଲଙ୍କୁ ଗ୍ରାମର ଡିଲର ରାସନ ସାମଗ୍ରୀ ଦେଉନଥିବା ସେ ଅଭିଯୋଗ କରିଛନ୍ତି । କମାଲ ଏସମ୍ପର୍କରେ କେନ୍ଦ୍ରାପଡା ବିଡିଓଙ୍କୁ ଭେଟି ଅଭିଯୋଗ କରିବା ପରେ ବିଡିଓ କମାଲଙ୍କୁ ଟ୍ରାଇସାଇକେଲ ଯୋଗାଇଦେବାକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଏଥିସହିତ କମାଲଙ୍କୁ ରାସନ ସାମଗ୍ରୀ ଯୋଗାଇଦେବାକୁ ସଂପୃକ୍ତ ଡିଲରଙ୍କୁ ବିଡିଓ ନିର୍ଦେଶ ଦେଇଥିବା କମାଲ କହିଛନ୍ତି ।


