ଭିନ୍ନକ୍ଷମ ସୁଜିତଙ୍କୁ ଟ୍ରାଇ ସାଇକେଲ ପ୍ରଦାନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତସ୍ଥିତ ନହଡିପଡା ଗ୍ରାମର ଭିନ୍ନକ୍ଷମ ସୁଜିତ କୁମାର ପାତ୍ରଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ବ୍ଲକ କାର୍ଯ୍ୟାଳୟ ପରିସରରେ ସୁଜିତଙ୍କୁ ଏହି ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି । ସୁଜିତ ଜଣେ ଭିନ୍ନକ୍ଷମ ଯୁବକ ହୋଇଥିବା ବେଳେ ସେ ଚାଲିପାରନ୍ତି ନାହିଁ । ତେଣୁ ଯିବା ଆସିବା କରିବା ପାଇଁ ତାଙ୍କୁ ବହୁତ ଅସୁବିଧା ହେଉଥିଲା । ପ୍ରଶାସନ ପକ୍ଷରୁ ଟ୍ରାଇ ସାଇକେଲ ଯୋଗାଇ ଦେବା ପାଇଁ ସୁଜିତ ବ୍ଳକ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ସାଇକେଲ ପାଇବା ପରେ ସେ ସୁବିଧାରେ ଯିବା ଆସିବା କରି ନିଜ କାର୍ଯ୍ୟ କରିପାରିବେ ବୋଲି ପ୍ରକାଶ କରିଛନ୍ତି । ବିଧାୟକ ସାଇକେଲ ପ୍ରଦାନ ବେଳେ ତାଙ୍କ ସହିତ ବିଡିଓ ତପନ କୁମାର ମହାପାତ୍ର, ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣ, ଜିଲ୍ଲା ପରିଷଦ ସଭ୍ୟ ଅମିତା ସ୍ୱାଇଁ, ମମତା ପରିଡା, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ, ଅଲଣା ସରପଂଚ ଚନ୍ଦ୍ରମଣୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୌମ୍ୟଜିତ ମହାପାତ୍ର, କାର୍ଯ୍ୟକ୍ରମ ସହାୟକ ପ୍ରସନ୍ନଜିତ ନାୟକ ପରିଚାଳନା କରିଥିଲେ ।


