ଭୀମପୁରାରେ ୫ କିଲୋୱାଟ ଏଫଏମ ଟ୍ରାନ୍ସମିଟରକୁ ଆଭାସି ମାଧ୍ୟମରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ।
ବାଲେଶ୍ଵର,ବାଲେଶ୍ୱର, (ସରୋଜ ପଣ୍ଡା) : ଭୀମପୁରା ଟିଭି ସେଣ୍ଟର ଠାରେ ଜିଲ୍ଲା ପାଇଁ ପାଞ୍ଚ କିଲୋୱାଟ ର ଏଫ ଏମ ଟ୍ରାନ୍ସମିଟର ଆଜି ଉଦଘାଟନ ହୋଇଯାଇଛି। ଏ ନେଇ ଶୁକ୍ରବାର ସନ୍ଧ୍ୟା ୬ ଟା ବେଳେ ଭୀମପୁରା ଟିଭି ସେଣ୍ଟର ଠାରେ ଉଦଘାଟନ ଉତ୍ସବରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।ଏହି ଟ୍ରାନ୍ସମିଟର କୁ ଚେନ୍ନାଇ ରୁ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ।


