ଭୁବନେଶ୍ୱରରେ ଥିଲେ ମଧ୍ୟ ପରିବାର କଥା ବୁଝୁଛନ୍ତି ମନ୍ତ୍ରୀ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବିଧାୟକ ଥିବାବେଳେ କହିଥିଲେ, ” ପୋଲସରା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ଏକ ପରିବାର ସଦୃଶ୍ୟ ହୋଇଥିବା ବେଳେ ବିଧାୟକ ଭାବେ ସମସ୍ତଙ୍କ ଅଭାବ ଅସୁବିଧା ବୁଝିବା ମୋର ଦାୟିତ୍ୱ “। ବର୍ତ୍ତମାନ ଶ୍ରୀ ସାହୁ ମନ୍ତ୍ରୀ ହୋଇ ଭୁବନେଶ୍ୱରରେ ରହିଥିଲେ ମଧ୍ୟ ପୋଲସରା ନିର୍ବାଚନ ମଣ୍ଡଳୀ ପରିବାରର କଥା ବୁଝି ପ୍ରତିକାର କରୁଥିବା ଜଣାପଡିଛି । ନିଜ ନିର୍ବାଚନ ମଣ୍ଡଳୀର ଯେକୌଣସି ବ୍ୟକ୍ତି ଦୁର୍ଘଟଣାରେ ଆହତ ହେଲେ ବିଧାୟକ ଭାବେ ଶ୍ରୀ ସାହୁ ନିଶ୍ଚିତ ଭାବେ ପହଞ୍ଚି ଅବସ୍ଥା ବୁଝିବା ସହ ଆରୋଗ୍ୟ କାମନା କରି ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ପ୍ରଦାନ କରୁଥିଲେ। ବର୍ତ୍ତମାନ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ହେବା ପରେ ନିଜେ ଆସି ପାରିନଥିଲେ ମଧ୍ୟ ନିଜର ବିଶ୍ୱସ୍ତ ବ୍ୟକ୍ତିଙ୍କୁ ପଠାଇ ଚିକିତ୍ସା ବ୍ୟବସ୍ଥା ପାଇଁ ବନ୍ଦୋବସ୍ତ କରିବା ସହ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଜଣାପଡ଼ିଛି । ଜୁନ ୧୦ ତାରିଖ ଦିନ ପୋଲସରା ଏନଏସି ୧୬ ନମ୍ବର ୱାର୍ଡ ପାଟିଗଡ଼ ସାହିର ଲିଜା ନାହାକ (୧୫) ନିଜ ଘରେ ରୋଷେଇ କରୁଥିବା ବେଳେ ଲୁଗାରେ ଅଗ୍ନି ସଂଯୋଗ ହେବା ଯୋଗୁଁ ପୋଡି ଗୁରୁତର ଆହତ ହୋଇଥିଲେ। ଖବର ପାଇ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ସଙ୍ଗେ ସଙ୍ଗେ ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ସ୍ଥାନୀୟ କାଉନସିଲର ସଚିନ୍ଦ୍ର ମଲ୍ଲିକ, ଓ ନରେନ୍ଦ୍ର ଦେବତା ଙ୍କୁ ପିଡିତାଙ୍କ ନିକଟକୁ ପଠାଇ ଆର୍ଥିକ ସହାୟତା ଯୋଗାଇଥିବା ବେଳେ ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲକୁ ଚିକିତ୍ସା ପାଇଁ ନେବାର ବ୍ୟବସ୍ଥା କରିଥିଲେ । ଏହି ଘଟଣାରେ ବୁଦ୍ଧିଜୀବୀ ବୃନ୍ଦ ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ