ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :୧୦-୦୪-୨୦୨୨/ରବିବାର
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :୧-ପାକିସ୍ତାନରେ ଇମ୍ରାନ୍ ସରକାରର ପତନ ଘଟିଛି। ଅନାସ୍ଥା ଭୋଟ୍ରେ ଇମ୍ରାନ୍ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି। ଅନାସ୍ଥା ଭୋଟ୍ରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ।
୨-ବିରାଟ-ଅନୁଜଙ୍କ ଦମଦାର ପାଳିରେ କମବ୍ୟାକ କଲା RCB : ପୁଣି ମୁମ୍ବାଇର ପ୍ରଥମ ବିଜୟ ସ୍ୱପ୍ନ ଧୂଳିସାତ ।
୩-ନବରଙ୍ଗପୁରରୁ ଆସିଲା ଚାଂଚଲ୍ୟକର ଖବର: ଉମରକୋଟ ଅଂଚଳରେ ଝୁଲନ୍ତା ଅବସ୍ଥାରେ ୩ ଝିଅଙ୍କ ମୃତଦେହ ଉଦ୍ଧାର।
୪-ହ୍ୟାକ ହେଲା ଭାରତୀୟ ପାଣିପାଗ ବିଭାଗର ଟ୍ୱିଟର ଆକାଉଣ୍ଟ ।
୫-ମହୁଲଫୁଲର ଉଚିତ ମୂଲ୍ୟ ପାଇପାରୁନାହାନ୍ତି ମହୁଲ ସଂଗ୍ରହକାରୀ ।
୬-‘ସିବିଆଇ, ଇଡି, ପେଗାସସ୍ ଓ ତିନି-ଚାରି ଜଣ କୋଟିପତି ରାଜନୈତିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି’: ରାହୁଲ ଗାନ୍ଧୀ ।
୭-ଓସ୍କାରରେ କ୍ରିସ ରକଙ୍କୁ ୱିଲ ସ୍ମିଥ ଚାପୁଡା ମାରିବା ପ୍ରସଙ୍ଗ: ୱିଲ ସ୍ମିଥଙ୍କ ଉପରେ ବ୍ୟାନ ଲଗାଇଲା ଓସ୍କାର ଏକାଡେମୀ ।
୮-ଜମ୍ମୁ- କଶ୍ମୀର ମସଜିଦ ଭିତରେ ‘ଦେଶ ବିରୋଧୀ ସ୍ଲୋଗାନ’ ଦେଇ ଦେଶଦ୍ରୋହ ଅଭିଯୋଗରେ ୧୩ ଗିରଫ ।
୯-ଭାରତର ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କଲେ ପାକିସ୍ତାନରେ ବିରୋଧୀ ଦଳ : ମରିୟମ କହିଲେ ପଡୋଶୀ ଦେଶକୁ ଏତେ ପସନ୍ଦ କରନ୍ତି ତେବେ ସେଠାକୁ ଯିବା ଉଚିତ ।
୧୦-ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଗଡ଼ିଲା ରୁକୁଣା ରଥ: ନୀତିକାନ୍ତି ପରେ ରଥ ଟାଣିଲେ ଶହ ଶହ ଶ୍ରଦ୍ଧାଳୁ ।
୧୧-ଭାରତୀୟ ରେଳବାଇ ଏବଂ ଡାକ ବିଭାଗ ମିଶି ଡୋର-ଟୁ-ଡୋର କରିବେ ଡେଲିଭରି, ଘରେ ବସି ପଠାଇ ପାରିବେ ପାର୍ସଲ ।
୧୨-ପୁଷ୍ପା ଷ୍ଟାଇଲରେ କଇଁଛ ଚୋରାଚାଲାଣ: ଆନ୍ଧ୍ରରୁ ମାଲକାନଗିରି ଚୋରାଚାଲାଣ ବେଳେ ବିରଳ ପ୍ରଜାତିର କଇଁଚ ଉଦ୍ଧାର ।
୧୩-କୋଭିଶିଲ୍ଡ ଟିକା ନେଇ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ। ଏକ କୋଟି ଟଙ୍କା କ୍ଷତିପୂରଣ ଦାବି କଲେ ପରିବାର। ଶୁକ୍ରବାର କେରଳରେ ଏଭଳି ଘଟଣା ଘଟିଛି। ଜଣେ ପିଜି ଛାତ୍ରୀ ସେରମ ଇନଷ୍ଟିଚ୍ୟୁଟ୍ର କୋଭିଶିଲ୍ଡ ଟିକା ନେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ କେରଳ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।
୧୪-କଂଗ୍ରେସର ମନା ସତ୍ତ୍ୱେ ସିପିଏମ ସମ୍ମିଳନୀରେ ଯୋଗ ଦେଲେ କେ.ଭି. ଥୋମାସ, ପି.ବିଜୟନଙ୍କୁ କହିଲେ କେରଳର ଗୌରବ


