ଭୋଟର୍ ସଚେତନତା ଅଭିଯାନ କାର୍ଯ୍ଯକ୍ରମ ଆୟୋଜିତ

ବାଲେଶ୍ୱର, (ସରୋଜ ପଣ୍ଡା):ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ସ୍ଥାନୀୟ ସତ୍ଯସାଇ ଇଂଜିନିୟରିଂ କଲେଜ୍ ପରିସରରେ ଆୟୋଜିତ ହୋଇଯାଇଛି। ସମ୍ମାନୀତ ଅତିଥି ଭାବେ ପୁର୍ବତ୍ତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ପାର୍ଥୀ ପଦ୍ମଲୋଚନ ପଣ୍ଡା ଯୋଗଦାନ କରିଥିଲେ। ପ୍ରଦୀପ ପ୍ରଜ୍ବଳନ ଓ ସାମୁହିକ ଭାରତ ମାତାଙ୍କ ବନ୍ଦନା ପରେ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ହୋଇଥଲା।ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହାପାତ୍ର ପ୍ରାରମ୍ଭିକ ଭାଷଣରେ ନିର୍ବାଚନ ସମୟରେ ଯୁବସମାଜର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ତାଙ୍କ ବ୍ଯକ୍ତବ୍ଯରେ କାର୍ଯ୍ଯକ୍ରମର ଉପାଦେୟତା ବିଷୟରେ ବିଶଦ ଆଲୋଚନା କରିଥିଲେ। ଗଣତନ୍ତ୍ରରେ ଗୋଟିଏ ଭୋଟର୍ କର୍ତ୍ତବ୍ୟ ଓ ଅଧିକାର ବିଷୟରେ କହିଥିଲେ। ଭୋଟର୍ ଆକାରରେ କାହିଁକି ନିର୍ବାଚନରେ ଅଂଶଗ୍ରହଣ କରିବେ ? ଭୋଟ୍ ନଦେବା ଫଳରେ କ’ଣ କ୍ଷତି ହେଉଛି ? ଏଭଳି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଉପସ୍ଥିତ ଯୁବବର୍ଗଙ୍କୁ ଜଣାଇଥିଲେ। ଶତପ୍ରତିଶତ ମତଦାନ ଲକ୍ଷ୍ୟରେ ଯୁବସମାଜ ବ୍ରତୀ ହେବା ଦରକାର ବୋଲି ଶ୍ରୀଯୁକ୍ତ ଷଡ଼ଙ୍ଗୀ ମତବ୍ୟକ୍ତ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଫର୍ମ-୬ ମାଧ୍ୟମରେ ୨୨୦ ଜଣ ନୂତନ ମତଦାତଙ୍କ ପଞ୍ଜୀକରଣ କରାଯାଇଛି। ଆଗାମୀ ଦିନରେ ଏଭଳି କର୍ମଶାଳା ଜରିଆରେ ନୂତନ ଭୋଟରଙ୍କ ପଞ୍ଜୀକରଣ କରାଯିବ ବୋଲିି ସଭାପତି ଉମାକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଅଗ୍ରଣୀ ଉଚ୍ଚଶିକ୍ଷାନୁଷ୍ଟାନର ୪୦୦ ରୁ ଅଧିକ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ