କୃଷି ଓ କୃଷକଙ୍କ ବହୁବିଧ ସମସ୍ୟା ସମ୍ବଳିତ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପରାମର୍ଶକ୍ରମେ କୃଷକମୋର୍ଚା ଜିଲ୍ଲା ସଭାପତି କୈଳାସ ଚନ୍ଦ୍ର ବାରିକଙ୍କ ନେତୃତ୍ବରେ ଏକ ପ୍ରତନିଧି ମଣ୍ଡଳୀ ବାଲେଶ୍ଵର ଉପଜିଲ୍ଲାପାଳଙ୍କୁ ସାକ୍ଷାତକରି ଏକ ଦାବିପତ୍ର ପ୍ରଦାନ କରିବା ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୃଷକଙ୍କ ପାଇଁ ବିଦ୍ୟୁତ ଶୁଳ୍କ ଛାଡ଼, ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଦେଇଥିବା ବୋନସ ପ୍ରଦାନ, ପାନ ଓ ଖଡ଼ି ଚାଷୀଙ୍କୁ ସବସିଡ଼ି ଓ ବୀମା ଅନ୍ତର୍ଭୁକ୍ତ କରିବା, ପଣପଣା ସମବାୟ ସମିତିରେ ହୋଇଥିବା ପ୍ରାୟ ୧୨କୋଟି ଟଙ୍କା ଦୁର୍ନୀତିର ସିବିଆଇ ଅଦନ୍ତ, ପ୍ରତି ବ୍ଲକରେ ଶୀତଳଭଣ୍ଡାର, କୃଷି ଯନ୍ତ୍ରାଂଶ କିଣା ରିହାତିରେ ବ୍ୟାପକ ଦୁର୍ନିତୀର ସିବିଆଇ ଅଦନ୍ତ, ଧାନ କ୍ରୟ ସମୟରେ ହେଉଥିବା ଦୁର୍ନୀତି ଯାହାର ମଣ୍ଡି ରୁ ମନ୍ତ୍ରୀ ପର୍ଯ୍ୟନ୍ତ ଜଡ଼ିତ, ତାର ସିବିଆଇ ଅଦନ୍ତ ଦାବି ସହିତ କେନ୍ଦ୍ର ସରକାରଙ୍କ ତରଫରୁ ଆସୁଥିବା ରିହାତି ମୂଲ୍ୟର ସାରକୁ ରାଜ୍ୟ ସରକାର ସମବାୟ ବିଭାଗକୁ କମ୍ ମାତ୍ରାରେ ଦେଉଥିବା ବେଳେ କାହା ସ୍ବାର୍ଥରେ ଘରୋଇ ବିତରକ ମାନଙ୍କୁ ଅଧିକ ଯୋଗାଇ ଦିଆଯାଉଛି, ଫଳରେ ଘରୋଇ ବିତରକମାନେ ଚଢ଼ା ଦରରେ ବିକୁଥିବା ସହିତ ସାରର କଳାବଜାରୀ ବଢୁଛି। ଯେହେତୁ ଘରୋଇ ବିତରକଙ୍କ ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନାହିଁ ତେଣୁ ଏସବୁ ବନ୍ଦ କରି କେବଳ ସମବାୟ ସମିତି ମାଧ୍ୟମରେ ଯୋଗାଣ କରାଯାଉ।ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଅଭିମୂଲ୍ଯ ଅର୍ଥ ବହନ କରିନଥିବାରୁ ବାଧ୍ୟହୋଇ ଚାଷୀମାନେ ନିଜେ ଭରଣା କରିଛନ୍ତି। ଏହି ଅର୍ଥ ତୁରନ୍ତ ସଂଶ୍ଳିଷ୍ଟ ଚାଷୀଙ୍କୁ ଫେରସ୍ତ କରିବା, ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପାଇଁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ପାଇବାକୁ ଲକ୍ଷାଧିକ ଚାଷୀ ବଞ୍ଚିତ ହେଉଛନ୍ତି, ଏହାର ତୁରନ୍ତ ନିରାକରଣ, ଓ ଚାଷୀ ପଞ୍ଜିକରଣ ସମୟର ବୃଦ୍ଧି ଇତ୍ୟାଦି ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ପ୍ରତିନିଧି ମଣ୍ଡଳୀରେ କୃଷକମୋର୍ଚା ସାଧାରଣ ସମ୍ପାଦକ ଅନିଲ କୁମାର ସାହୁ, ଉପସଭାପତି ବାସୁଦେବ ପଣ୍ଡା, ସୁକୁମାର ଜେନା, ସୂର୍ଯ୍ୟ କୁମାର ସାହୁ, ନିରାକାର ପଣ୍ଡା, କୌଶିକ ଚାନ୍ଦ, ଚନ୍ଦ୍ରମଣି ସେଠୀ, ମହେଶ୍ୱର ଗିରି, ପ୍ରଶାନ୍ତ କୁମାର ସାହୁ, ଉପେନ୍ଦ୍ର ସାହୁ, ସୁଷମା ଭୂୟାଁ, ସପନ ବେହେରା, ସୁଦାମ ଚନ୍ଦ ମିଧାର ଅଂଶଗ୍ରହଣ


