ମଦ ନେଲା ଜୀବନ : ବୃଦ୍ଧାଙ୍କୁ ପଥରରେ ଛେଚି ମାରିଲା
ହାଟଡିହି, (ବିକାଶ ବିଶ୍ୱାଳ) :-ମଦ ନେଇଛି ଜୀବନ, ଜଣେ ବୃଦ୍ଧା ଓ ଜଣେ ମହିଳା ମଦ ପିଇବାକୁ ସାଙ୍ଗହୋଇ ଯାଇଥିବାବେଳେ ମହିଳା ଜଣକମଦ ନିଶାରେ ବୃଦ୍ଧାଙ୍କୁ ପଥରରେ ଛେଚି ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାିଛି ଯେ ଠାକୁରମୁଣ୍ଡା ଅଞ୍ଚଳର ଯଶୋଦା ପାତ୍ର ନାମକ ଜଣେ ବୃଦ୍ଧା ନିଜ ଝିଅଘର ମଠଡାହିରେ ଆସି ଝିଅ ଶାନ୍ତି ପାତ୍ର ନିକଟରେ ରହୁଥିଲା । ସେ ନିୟମିତ ଛେନାପଦି ମାର୍କେଟକୁ ଯାଇ ବଜାର ସଫା କରି ଯିଏ ଯାହା ଦିଅନ୍ତି ସେଥିରେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ଗତକାଲି ସକାଳ ୯ଟାବେଳେ ସେହି ଗ୍ରାମର ସାର ନାଇକ(୬୫)ଙ୍କ ସହ ନିକଟସ୍ଥ ପୋଡାସିଙ୍ଗିଡି ଗାଁକୁ ଦେଶୀମଦ ପିଇବାକୁ ଯାଇଥିଲା । ସେଠାରେ କୌଣସି କାରଣକୁ ନେଇ ଦୁହିଙ୍କ ଭିତରେ ଝଗଡା ହେବାରୁ ଦୁହେଁ ପରଷ୍ପରର ଚୁଟିକୁ ଧରି ପିଟାମରା ହୋଇଥିଲେ । ସାର ଏକ ପଥରରେ ଯଶୋଦାର ମୁଣ୍ଡକୁ ଛେଚି ଦେବାରୁ ଯଶୋଦାର ମୃତ୍ୟୁ ଘଟିଥିଲା । ଆଜି ସ୍ଥାନୀୟ ଲୋକଙ୍କ ପାଖରୁ ଖବରପାଇ ସୋସୋ ଓ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପୁଲିସ ସାର ନାଇକକୁ ଉଠାଇ ନେଇ ଅଟକ ରଖି ତଦନ୍ତ ଚଳାଇଛି ।


