ମନମାନୀରେ ଚାଲିଛି ରଘୁନାଥପୁର ଉପନିବନ୍ଧକ କାର୍ଯ୍ୟାଳୟ
ଜଗତସିଂହପୁର (ଅଭିଷେକ ତ୍ରିପାଠୀ )ସରକାରୀ ଵିଧି ବ୍ୟବସ୍ଥାକୁ ସୁଚାରୁ ରୂପେ ତୁଲେଇବା ଓ ସାଧାରଣ ଲୋକଟି କିଭଳି ଭାବରେ ସମସ୍ତ ସରକାରୀ ସୁବିଧାକୁ ହାତପାହାନ୍ତାରେ ପାଇପାରିବ ଓ ବାରମ୍ବାର ଆଗଭଳି ସରକାରୀ ବାବୁମାନକୁ ହାତ ଗୁଞ୍ଜା ନଦେଇ ନିଜର କାଗଜ ପତ୍ରକୁ ହାତେଇ ପରିବ ଏ ନେଇ ସରକାର 5T ର ସଚିବ ମାନଙ୍କୁ ତଦାରଖ କରିବା ପାଇଁ ନିଯୁକ୍ତ ଦେଇଛନ୍ତି | ହେଲେ କଣ ହେବ ଯଥା ପୂର୍ଵମ ତଥା ପରଂ ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଉପନିବନ୍ଧକ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟ କଥା, ଏଠି ଅଫିସ ଡିଜିଟାଲ ହେଉଥିଲେ ସୁଦ୍ଧା ସରକାରୀ ବାବୁମାନେ ଏଠି କହୁଛନ୍ତି ସମସ୍ତ କାଗଜ ପତ୍ର ଏଠି ପ୍ରତେକ୍ଷ ଭାବେ ଆବେଦନ କଲେ ଆମେ ଜଲଦି କରିଦେବୁ |ସାମନ୍ତରା ପୁରର ଜଣେ ବ୍ୟକ୍ତି ଆଜିକୁ ୧୦ଦିନ ହେବ ନିଜ ଘରବାଡ଼ି ପଟରା EC ବାହାର କରିବା ପାଇଁ ଜନସେବା କେନ୍ଦ୍ରରେ ଆବେଦନ କରିଥିଲେ | କିନ୍ତୁ ଆଜି ପର୍ଯ୍ୟନ୍ତ ରଘୁନାଥପୁର ସବରେଜିଷ୍ଟ୍ରର ଦାୟତ୍ୱରେ ଥିବା ଅଧିକାରୀଙ୍କ ଦର୍ଶନ ମିଳୁନଥିବା ବେଳେ ଡିଜିଟାଲ ଦସ୍ତଖତ ହୋଇନପାରିବାରୁ ଅନେକ ସାଧାରଣ ଲୋକ ହଇରାଣ ହେଉଥିବା ବେଳେ ମେସିନ ଖରପ କହି ଅଧିକାରୀ ଫେରାଇଦେଉଛନ୍ତି |ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନକୁ ଆବେଦନ କାରୀମାନେ ଅନୁରୋଧ କରିଛନ୍ତି |


