ରାଇରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅଟଳଜୀଙ୍କ ପୂଣ୍ୟତିଥୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମହାନ ଜନନାୟକ ପ୍ରଖର ରାଷ୍ଟ୍ରବାଦୀ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଆଜି ତୃତୀୟ ପୂଣ୍ୟତିଥି ଦିବସ । ଏହି ଅବସରରେ ପଶ୍ଚିମ ମୟୂରଭଂଜ ବିଜେପି ତରଫରୁ ରାଇରଙ୍ଗପୁରସ୍ତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ନେତୃତ୍ବରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି କରୋନା କଟକଣା ଅନୁସାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଂପାଦକ ନବିନ ରାମ , ଏସ.ସି. ମୋର୍ଚ୍ଚା ଜିଲ୍ଲା ସଭାପତି କିଶୋର ରଜକ, ଟାଉନ ସଭାପତି ଆଡଭୋକେଟ ଶ୍ରୀ ମନୋଜ ଦାସ ,ଶ୍ରୀ ସାଇ ମୋକଦ, ଶ୍ରୀ ବାପି ଦାସ, ଉପସଭାପତି ଡଃ ଗଙ୍ଗାରାମ ପାତ୍ର ,ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଆଲୋକ ରଞ୍ଜନ ମହାନ୍ତ, ନୀରଜ ରାମ ଯୁବ ମୋର୍ଚ୍ଚା ଟାଉନ ସଭାପତି ଜିତେନ୍ଦ୍ର ବାରିକ ଜିଲ୍ଲା ଆଇଟି ବିଭାଗ ସଂଯୋଜକ ଶଶାଙ୍କ କୁମାର, ମହିଳା ମୋର୍ଚ୍ଚା ମିଥିଳା ଟୁଡୁ ,ପଦ୍ମିନୀ ଜେନା ଏବଂ ଭାରତୀୟ ଜନତା ପାର୍ଟି ର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଅଟଳଜୀଙ୍କ ଜୀବନ ଓ ତେଜସ୍ୱି ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ