ମନ୍ତ୍ରୀଙ୍କ ଦ୍ଵାରା ନାମ ସଂକୀର୍ତ୍ତନ ଗୃହକୁ ଉଦଘାଟିତ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଝିଟିକାବାଡ଼ି ଗ୍ରାମରେ ଶ୍ରୀ ଶ୍ରୀ ଚୈତନ୍ୟ ଠାକୁର ନାମ ସଂକୀର୍ତ୍ତନ ଗୃହକୁ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନଭେମ୍ବର ୬ ତାରିଖ ଦିନ ଉଦଘାଟନ କରିଛନ୍ତି। ମନ୍ତ୍ରୀ ଶ୍ରୀ ସାହୁ ସଂକୀର୍ତ୍ତନ ଗୃହ ଉଦଘାଟନ କରି ଲୋକମାନଙ୍କ ସମସ୍ୟା ବୁଝିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଜିଲ୍ଲା ପରିଷଦ ସଦସ୍ୟା ଝୁନୁ ଦାସ, ସ୍ଥାନୀୟ ସରପଞ୍ଚ ମଞ୍ଜୁଲତା ଡାକୁଆ, ଯୁବ ସଂଗଠକ ଶାନ୍ତନୁ କୁମାର ବଢ଼େଇ, ଚିରିକିପଡା ଶାସନ ସରପଞ୍ଚ ଭଗବାନ ସାହୁ, ସମିତି ସଭ୍ୟ ରଞ୍ଜନ କୁମାର ସାହୁ, ବୁଡ଼େଇଶୁଣି ସରପଞ୍ଚ ମନୋଜ କୁମାର ପରିଡାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ