ଧାମନଗର ବିଜୟ ପାଇଁ ବିଜୟ ଉତ୍ସବ ପାଳିଲା ବିଜେପି

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବିଜେପି କାର୍ଯ୍ୟାଳୟ ଠାରେ ବିଜେପିର କର୍ମକତ୍ତା ମାନେ ଆଜି ଧାମନଗର ବିଜୟ ପାଇଁ ବିଜୟ ଉତ୍ସବ ପାଳନ କରିଛନ୍ତି । ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ନେତୃତ୍ୱରେ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହରମୋହନ ଶାସିନି, ଟୁକୁନା ମହାନ୍ତ, କାଳନ୍ଦୀ ସାହୁ, ଅଧର ବେହେରା, ଅବିନାଶ ଜେନା, ତପନ ପାତ୍ର, ବିଷ୍ଣୁ ପ୍ରସାଦ ନାୟକ, ସୁଶାନ୍ତ ଜେନା, ଦିପକ କୁମାର ଜେନା, ସଞ୍ଜୟ ମହାନ୍ତି, ଦୀନବନ୍ଧୁ ମହାନ୍ତି, ଦଶରଥ ଜେନା, ବଳଭଦ୍ର ବାରିକ, ବସନ୍ତ ନାୟକ, ବିଦ୍ୟାଧର ଜେନା, ଚଗୁଲୁ ମଣ୍ଡଳ, ନିରାକାର ଓଝା, ନାରାୟଣ ଜେନା ପ୍ରମୁଖ ବିଜେପି କର୍ମକତ୍ତା ମାନେ ଆଜି ସନ୍ଧ୍ୟାରେ ଦଳିୟ କାର୍ଯ୍ୟାଳୟ ଠାରେ ବିଜେପି କର୍ମମାନେ ଏକଜୁଟ ହୋଇ ବାଣ ଫୁଟାଇ ଏହି ବିଜୟ ଉତ୍ସବ ପାଳନ କରିବା ସହିତ ବିଜେଡି ଗର୍ବକୁ ଧାମନଗର ବାସୀ ଚୁନା କରିଛନ୍ତି ବୋଲି କହିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ