ମରୈଗାଁରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମରୌଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ କାର୍ଯ୍ଯକ୍ରମ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବ୍ରହ୍ମାନନ୍ଦ ତ୍ରିପାଠୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦ୍ଘାଟନ ଉତ୍ସବରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ପୂର୍ବତନ ଏ.ବି.ଇ.ଓ ସୁରେଶ କୁମାର ଜେନା, ସ୍ନେହଲତା ମହାରଣା, ଯୋଗମୁନୀ ବାଇଧର ବେହେରା, ବିଦ୍ୟାଳୟ କମିଟର ସଭାପତି ଶରତ କୁମାର ସେଠୀ, ମରୈଗାଁ ସରପଞ୍ଚ ସତ୍ୟଭାମା ଜେନା ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେରଦ୍ଘାଟନ କରିଥିଲେ। ଏଥିରେ କୁଇଜ୍, ଚିତ୍ରାଙ୍କନ, ବକ୍ତୃତା, ସଂଗୀତ, ନୃତ୍ୟ, ହସ୍ତାକ୍ଷର, ସୃଜନଶୀଳ ଲିଖନ ଆଦି ପ୍ରତିଯୋଗୀତା ମାନ କରାଯାଇ ବିଭିନ୍ନ ବର୍ଗର ୬୬ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହିତ ଜିଲ୍ଲା ସ୍ତରୀୟ ସୁରଭୀ ପାଇଁ ମନୋନୀତ କରାଯାଇଥିଲା। ଉଦଯାପନ ଉତ୍ସବରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ବ୍ଳକ ଶିକ୍ଷା ଅଧିକାରୀ ଓଁକାର ଅନ୍ୱେଷ, ପୁବତନ ବ୍ଳକ ଶିକ୍ଷା ଅଧିକାରୀ ଧନେଶ୍ଵର ଖଣ୍ଡେଇ, ସାହିତ୍ୟିକ ରତ୍ନାକର ଦାସ, ଏ.ସି.ବି. ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚ଼ନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ସୁରଭୀର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନା, ମୋହନ ଚ଼ରଣ ମହାନ୍ତି, ବିଦ୍ୟାଳୟ ଶିକ୍ଷକ ଅଭୟ କୁମାର ବେହେରା, ସଂଜିତା ବେଗମ, ସ୍ଵର୍ଣ୍ଣପ୍ରଭା ମଲ୍ଲିକ, ଶିବ ସୁନ୍ଦର ସାହୁ, ପିଣ୍ଟୁ କୁମାର ଦାସ, ଶୁଭମ କୁମାର ସେନାପତି, ନରେନ୍ଦ୍ର ପ୍ରସାଦ ଜେନା, ତିଲେଶ୍ଵରୀ ନାୟକ , ଦିଗମ୍ବର କୁଅଁର, ରଞ୍ଜନ କୁମାର ପଣ୍ଡା, ଘନଶ୍ୟାମ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


