ମହାକାଳପଡାର ଲୋକପ୍ରିୟ ବିଧାୟକଙ୍କ କୁଶ ପୁତଳିକା ଦାହକୁ ବୃଦ୍ଧିଜିବୀ ମହଲରେ ନିନ୍ଦା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଗତ ୬ ତାରିଖରେ କେନ୍ଦ୍ରାପଡା ସହରର ମୀରପାଟଣା ମଣ୍ଡପ ଓ ପରେ ତିନିମୁହାଣି ଛକରେ ଓଡିଶା ସୂଚନା ଅଧିକାର ଅଭିଯାନ (ଓସା) ପକ୍ଷରୁ ସୂଚନା ଅଧିକାରୀ କର୍ମୀ ସ୍ୱର୍ଗତଃ ରଂଜନ ଦାସଙ୍କର ମୃତ୍ୟୁର ପୋଲିସ ତଦନ୍ତକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହିତ ତଦନ୍ତରେ ଶିଥିଳତା ଦର୍ଶାଇ ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟୀ କରି ତାଙ୍କ କୁଶ ପୁତଳିକା ଦାହ କରିବା ସହ କୁତ୍ସାରଟନାକୁ କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଟ ଆଇନଜୀବୀ ଓ ବୁଦ୍ଧିଜୀବୀ ମାନେ ନାପସନ୍ଦ କରିବା ସହ ଗଭୀର ନିନ୍ଦା କରିଛନ୍ତି । ସୂଚନା କର୍ମୀ ରଂଜନ ଦାସଙ୍କର ମୃତ୍ୟୁ ପୋଲିସ ତଦନ୍ତରେ ଦୁର୍ଘଟଣା ଜନିତ ବୋଲି ପ୍ରମାଣ ପାଇଥିବା ବେଳେ ଓ ଘଟଣାଟି ମାନ୍ୟବର ନ୍ୟୟାଳୟଙ୍କ ବିଚାରଧୀନ ଥିବା ବେଳେ ଓସାର ଏପରି ଅଭିଯୋଗ କୁତ୍ସାରଟନା ଓ ପ୍ରତିବାଦ ଆଇନର ପରିପନ୍ଥୀ ଏବଂ ଉଦ୍ଦେଶ୍ୟ ମୂଳକ ବୋଲି ବୁଦ୍ଧିଜୀବୀ ଓ ଆଇନଜୀବୀ ମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଏହା ଦ୍ୱାରା ପୋଲିସ ତଦନ୍ତର ଦିଗକୁ ପ୍ରଭାବିତ କରି ଭିନ୍ନ୍ ମୋଡରେ ନେଇଯିବାକୁ ଓସା ପ୍ରୟାସ କରୁଛି । ଏହା ଦ୍ୱାରା ଘଟଣାଟିକୁ ଭିନ୍ନ ମୋଡ ଦେବାକୁ ଚେଷ୍ଟା କରାଯାଇ ଅଯଥାରେ ମାନ୍ୟବର କର୍ମଠ ତଥା ଲୋକପ୍ରିୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ କେନ୍ଦ୍ରାପଡା ଏସ ପି ଙ୍କୁ ଦୋଷା ରୋପ କରିବାକୁ ଷଡଯନ୍ତ୍ର ରଚାଯାଉଛି । ଏହି ଘଟଣାକୁ ବରିଷ୍ଠ ଆଇନଜୀବୀ, ଗଗନ ବିହାରୀ ଜେନା, ସଂଜୟ କୁମାର ଜେନା, ପ୍ରଦୀପ୍ତ ମହାନ୍ତି, ଆଶୁତୋଷ ମହାନ୍ତି, ବିଭୁ ପ୍ରସାଦ ସିଂ, ନିଂରଜନ ବଳ, ମନୋଜ ସାହୁ, ରମାକାନ୍ତ ସ୍ୱାଇଁ, ଅରୁଣ ପ୍ରସାଦ ଦାସ, ମାନସ ରଂଜନ ଧଳ,ନିହାର ରଂଜନ ମହାପାତ୍ର, ବ୍ରଜ ସୁନ୍ଦର ରାଉତ, ଇତିହାସ ଲେଙ୍କା, ସେକ ଅଜିମୁଦ୍ଦିନ, ସୁରେଶ ନାୟକ,ସ୍ମୃତ୍‌ି ରଂଜନ ସିଂ, ହାଡିବନ୍ଧୁ ସିଂ, ବୁଦ୍ଧିଜିବି ଡଃ. ବାସୁଦେବ ଦାସ, କରୁଣାକର ଦାସ, ଅଧ୍ୟାପକ ବିପିନ ବିହାରୀ ବାରିକ,ଅଧ୍ୟାପକ ଅମୀୟ କୁମାର ଜେନା, ଶିକ୍ଷାବିତ ଭଜକୃଷ୍ଣ ରାଉତ,ବୈଷ୍ଣବ ଚରଣ ସ୍ୱାଇଁ,କାର୍ତିକ ଚରଣ ନାୟକ, କୃଷ୍ଣ ଚନ୍ଦ୍ର ଜେନା, ଅନନ୍ତ ଗୋପାଳ ଦାସ,ଧିରେନ୍ଦ୍ର କୁମାର ଦାସ, ସତ୍ୟପ୍ରିୟ ଦାସ, କିଶୋର ପ୍ରଧାନ,ଅକ୍ଷୟପ୍ରିୟ ଦାସ, ସତ୍ୟବ୍ରତ ସିଂ, ଶେଷଦେବ ଦାସ, ସବିତା ସାହୁ ପ୍ରମୁଖ ଏହି ଘଟଣାକୁ ଗଭୀର ଭାବରେ ନିନ୍ଦା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ