ସାମ୍ବାଦିକ ଙ୍କ ମାତୃ ବିୟୋଗ

ପାରାଦୀପ,(ପୀତବାସ ପ୍ରଧାନ): ପାରାଦୀପରେ କାର୍ଯ୍ୟରତ ସାମ୍ବାଦିକ ଅବଦୁଲ ଆବିଦ୍ ଖାନ୍ ଙ୍କ ମାଆ ମମ୍‌ତାଜ ବିବି (୮୫)ଙ୍କର ତାଙ୍କ ଗାଁ ନିଆଳୀ ଠାରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକମାନେ ତାଙ୍କୁ ନିଆଳୀ ଡାକ୍ତରଖାନା ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମମ୍‌ତାଜ ବିବି ଜଣେ ମେଳାପି ଓ ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁରେ ଗାଁ ଠାରୁ ପାରାଦୀପ ପର୍ଯ୍ୟନ୍ତ ଶୋକର ଛାୟା ଖେଳି ଯାଇଛି । ଦୁଇ ପୁଅ ବୋହୁ, ଚାରି ଝିଅଜ୍ୱାଇଁ, ନାତିନାତୁଣୀ ଙ୍କ ସମେତ ପରିବାର, ବନ୍ଧୁ ବାନ୍ଧବ ମାନଙ୍କ ଉପସ୍ଥିତିରେ ମମ୍‌ତାଜ ବିବି ଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ