ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ବିଦ୍ୟୁତ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ଇଂ.କମଳାକାନ୍ତ ବିଷୋଇ ଦିର୍ଘଦିନ ଧିରି କାର୍ଯ୍ୟ କରିବା ପରେ ଏଏମସି ଭାବେ ପଦୋନ୍ନିତ ହୋଇ କୁଜଙ୍ଗ ବ୍ଲକ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ନାଉଗାଁ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଦ୍ୱାରା ନାଉଗାଁ ବିଦ୍ୟୁତ ସବଷ୍ଟେସନ କାର୍ଯ୍ୟାଳୟ ପରିସରରେ ବିଦାୟୀକାଳିନ ସମ୍ବର୍ଦ୍ଧନା ଉତ୍ସବ ବୁଧବାର ଆୟୋଜନ କରାଯାଇଥିଲା । ବାଲିକୁଦା ବିଦ୍ୟୁତ ଉପଖଣ୍ଡ ଯନ୍ତ୍ରୀ ଇଂ. ଦେବୀଦତ ଉପାଧାୟଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ପାରାଦ୍ୱିପ ସର୍କଲର ଜିଆରଏଫ ସଭାପତି ଇଂ. ପ୍ରଶାନ୍ତ କୁମାର ପଟ୍ଟନାୟକ ଯୋଗ ଦେଇ ବଦାୟୀ କନିଷ୍ଠ ଯନ୍ତ୍ରୀ ଇଂ. ବିଷୋଇଙ୍କୁ ଭୂୟସି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବାଲିକୁଦା ସର୍କଲର କନିଷ୍ଠ ଯନ୍ତ୍ରୀ ଇଂ.ମନୋରଂଜନ ପତି, ଶୋଭା ସର୍କଲର କନିଷ୍ଠ ଯନ୍ତ୍ରୀ ଇଂ.ମନୋରଂଜନ ବେହେରା ପ୍ରମୁଖ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲିକୁଦା ଉପଖଣ୍ଡର କିରାଣୀ ମୃତ୍ୟୁଞୟ ନାୟକ ଯୋଗ ଦେଇଥିବା ବେଳେ ନାଉଗାଁ ବିଦ୍ୟୁତ ବିଭାଗର କର୍ମଚାରୀ ପ୍ରତାପ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନାଉଗାଁ ବିଦ୍ୟୁତ ବିଭାଗର ସମସ୍ତ କାର୍ଯ୍ୟରତ କର୍ମଚାରୀମାନେ  ପରିଚାଳନାରେ ସହଯୋଗ କରିଥିଲେ । ସୂଚନା ଥାଉକି ଯନ୍ତ୍ରୀ ଇଂ.ଶ୍ରୀ ବିଷୋଇ ଗତ ଫନୀ ବାତ୍ୟାରେ ନାଉଗାଁ ଅଂଚଳର କ୍ଷତିଗ୍ରସ୍ତ ସମସ୍ତ ଅଂଚଳକୁ ବହୁତ କମ ସମୟ ମଧ୍ୟରେ ବିଦ୍ୟୁତ ସେବା ଯୋଗାଇ ଦେଇଥିଲେ । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯିବା ସହିତ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିରିଡ ବ୍ଲକରେ ଅତିରିକ୍ତ ଦାୟିତ୍ୱରେ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ