୩ ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଧାରଣା ଚେତାବନୀ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ କରାଇ ନ ଦେବା ଉଦେଶ୍ୟରେ ଅଣ ଛାତ୍ରଙ୍କ ପ୍ରରୋଚନାରେ କିଛି ଛାତ୍ର ଗତ ୧୭ ତାରିଖରେ କଲେଜ ପରିସରରେ ଭଙ୍ଗାରୁଜା କରିବା ସହିତ ଶ୍ରେଣୀ ଗୃହର କବାଟ ଓ ଝରକା ଆଦିକୁ ଭାଙ୍ଗି ମହାବିଦ୍ୟାଳୟରେ ଅଶାନ୍ତ ପରିବେଶ ସୃଷ୍ଠି କରିଥିଲେ । ଏପରିକି ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହିତ ପାଟିତୁଣ୍ଡ କରି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର କବାଟ ମଧ୍ୟ ଭାଙ୍ଗି ଦେଇଥିଲେ । ମହାବିଦ୍ୟାଳୟର ସ୍ୱାର୍ଥ ଦୃଷ୍ଠିରୁ ମହାବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ କଲେଜରେ ବାର୍ଷିକ ଉତ୍ସବ କରାଯିବା ସହିତ ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବା ପାଇଁ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କୁ ଶତାଧିକ ଛାତ୍ରଛାତ୍ରୀଙ୍କ ଦସ୍ତଖତ ସମ୍ବଳି ଦାବି ପ୍ରଦାନ କରିଛନ୍ତି । ଏପରିକି ୩ଦିନ ମଧ୍ୟରେ ଏହାର ସମାଧନ ନ କରାଯାଏ ମହାବିଦ୍ୟାଳୟ ସମ୍ମୁଖରେ ଧାରଣ ଦେବେ ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ ଦାବିପତ୍ରକୁ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ମହାବିଦ୍ୟାଳୟ ଅଧ୍ୟକ୍ଷ,ନାଉଗାଁ ଥାନାଧିକାରୀଙ୍କ ନିକଟକୁ ପଠାଯାଇଥିବା ଦର୍ଶାଯାଇଛି । ଏହି ଦାବି ପତ୍ରରେ ସରୋଜ ସାହୁ, ସୁଧିର ଦାସ, ରଶ୍ମିରଂଜନ ମହାନ୍ତି, ରାକେଶ ମଲ୍ଲିକ,କାଜଲ ସ୍ୱାଇଁ, ସ୍ୱର୍ଣ୍ଣପ୍ରଭା ପରିଡା, ରାଜକିଶୋର ସାହୁ, ଦେବାଶିଷ ମହାନ୍ତିଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଦାବି କରିଛନ୍ତି ।