ମହାବିଦ୍ୟାଳୟ / ବିଶ୍ବବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଦାବି ନେଇ ଅଖିଳ ଭାରତୀୟ ଛାତ୍ର ସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ଓଡ଼ିଶାରେ ମହାବିଦ୍ୟାଳୟ ଏବଂ ବିଶ୍ବ ବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଦାବି ନେଇ ଅଖିଳ ଭାରତ ଛାତ୍ର ସଂଘ , ରାଇରଙ୍ଗପୁର ଶାଖା ତରଫରୁ ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୨୦୧୮ ମସିହା ତଥା ଦିର୍ଘ ୬ ବର୍ଷ ରୁ ଉର୍ଦ୍ଧ୍ବ ହେଲା ଓଡିଶାର ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟ ମାନଙ୍କରେ ନିର୍ବାଚନ ସମୟରେ ହିଂସା ଓ କଲେଜ କେମ୍ପସରେ ଅଶାନ୍ତ ବାତାବରଣ ପାଇଁ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନରେ ପ୍ରତିବନ୍ଧକ ଲଗାଇଛନ୍ତି । ଶିକ୍ଷାନୁଷ୍ଠାନ ହେଉଛି ନେତୃତ୍ବ ବିକାଶର କାରଖାନା ।ଛାତ୍ରଙ଼କ ନେତୃତ୍ବ,ଛାତ୍ରଙ୍କ ମଧ୍ୟରେ ଅଦମ୍ୟ ସାହସିକତା,ନିଜ ଶୈଖିକ ଅନୁଷ୍ଠାନର ବିଭିନ୍ନ ସମସ୍ୟା ସମାଧାନ,ଦକ୍ଷ ଛାତ୍ର ନେତା ଏବଂ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେବା କଳା ସୃଷ୍ଟି କରିଥାଏ । ଦିର୍ଘ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବାତିଲ ଯୋଗୁଁ ଛାତ୍ରଙ୍କ ମଧ୍ୟରେ ନୂତନ ଯୁବ ନେତୃତ୍ବ ପ୍ରତିଭାର ବିକାଶ ହୋଇପାରୁନାହିଁ । ଛାତ୍ରମାନଙ୍କର ସ୍ବରକୁ ଏକରକମର ଦବାଇ ଦିଆଯାଉଛି । ଯାହାଫଳରେ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେବାରେ ଯୁବ ନେତୃତ୍ବ ଅଭାବ ରହିଛି ।ଯାହାକି ରାଜ୍ୟ ଓ ଦେଶକୁ ଆଗକୁ ନେବାର ସାମର୍ଥ୍ୟ ହରାଇବ । କଲେଜ କ୍ୟାମ୍ପସ୍ ର ବିଭିନ୍ନ ସମସ୍ୟାର ସମାଧାନ କରାଯାଉ ନାହିଁ l ଜଣେ ସାବାଳକ/ ସାବାଳିକା୧୮ ବର୍ଷରେ ନିଜର ମୌଳିକ ଅଧିକାର ଭୋଟ ଦେଇ ପାରୁଚି ।ହେଲେ ମହାବିଦ୍ୟାଳୟ ରେ ନିର୍ବାଚନ ଲଢ଼ି ପାରିବେ ନାହିଁ କି ନିଜର ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇପାରିବ ନାହିଁ ।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ABVP ଶାଖା ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା l ଆଗାମୀ ଦିନରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ରୋକ ପ୍ରତ୍ୟାହାର ନ କଲେ ଆଗାମି ଦିନରେ ABVP ର କାର୍ଯ୍ୟକର୍ତ୍ତା ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଯାହାକିଛି ଅପ୍ରିତୀକର ପରିସ୍ଥିତି ସେ୍ବ ସେଥିପାଇଁ ସରକାର ଦାୟୀ ରହିବେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ