ମହାବିଷୁବ ସଂକ୍ରାନ୍ତି ଅବସରରେ ଛତ୍ରପୁର ସାହିତ୍ୟ ସଂସଦର ସାରସ୍ୱତ ସମାରୋହ
ଛତ୍ରପୁର, (ଦେବଦତ୍ତ ମହାରଣା) :-ପବିତ୍ର ଓଡିଆ ନବବର୍ଷ ଓ ମହା ବିଷୁବ ସଂକ୍ରାନ୍ତି ଅବସରରେ ସ୍ଥାନୀୟ ପିଏନୟୁଏ ମହାବିଦ୍ୟାଳୟ ପରିସରରେ ଛତ୍ରପୁର ସାହିତ୍ୟ ସଂସଦ ପକ୍ଷରୁ ଏକ ସାରସ୍ୱତ ସମାରୋହ ଓ କବି ସମ୍ମିଳନୀ ସଭାପତି ବ୍ରଜ ମୋହନ ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଷୁବ ମିଳନର ମହତ୍ୱ ଓ ପର୍ବର ଗୁରୁତ୍ୱ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡଃ ଜଗନ ମୋହନ ମହାପାତ୍ର ଯୋଗ ଦେଇ ଓଡିଆ ନବବର୍ଷ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଶାର ଐତିହ୍ୟ, ପରମ୍ପରା. ସାହିତ୍ୟ ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ଅମ୍ବିକା ପ୍ରସାଦ ଦାଶ ଯୋଗ ଦେଇ ଆଜିର ଦିବସ ସମ୍ପର୍କରେ ସୁଚିନ୍ତିତ ମତାମତ ରଖିବା ସହ ସଠିକ୍ ଶବ୍ଦ ଚୟନ ଓ ପ୍ରୟୋଗ ହେଉଛି କବିତା ଯାହା ଜୀବନ ଓ ସମାଜକୁ ପରିବର୍ତ୍ତନ କରିଥାଏ ବୋଲି କହିଥିଲେ । ସାହିତ୍ୟ ସଂସଦର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ପୂର୍ବତନ ଓକିଲ ସଂଘର ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା, ଅଧ୍ୟାପକ ଡଃ ଅଜୟ କୁମାର ତ୍ରିପାଠୀ, ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଶିକ୍ଷକ ଅଜିତ୍ କୁମାର ସେଠୀ, ଅଧ୍ୟାପକ ଭି. ରାଜେନ୍ଦ୍ର ରାଜୁ, ଅଧ୍ୟାପିକା ବିନୋଦିନୀ ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ସାହୁ, ନିରଞ୍ଜନ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ଡଃ ରାଜେନ୍ଦ୍ର କୁମାର ଦାଶ, ସମ୍ପାଦକ ଦିଲ୍ଲୀପ କୁମାର ପଲେଇ, କବି ପ୍ରଶାନ୍ତ କୁମାର ଶତପଥି, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, ମାଗୁଣି ଶତପଥି, ପିତବାସ ପାଣିଗ୍ରାହୀ, ରତ୍ନାକର ନାୟକ, ଏସ୍. ସ୍ମୃତିଶ୍ରୀ ରାଓଙ୍କ ସମେତ ବହୁ ସାହିତ୍ୟିକ ମାନେ ପରିଶେଷରେ ନିଜ ନିଜ କବିତା ପାଠ କରିବା ସହ ଏହି ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଡଃ ରାଜେନ୍ଦ୍ର ପ୍ରସାଦ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଶିକ୍ଷକ ଅଜିତ୍ କୁମାର ସେଠୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଶେଷରେ ସମ୍ପାଦକ ଦିଲ୍ଲୀପ କୁମାର ପଲାଇ ଧନ୍ୟବାଦ ଅର୍ପଣ କରିବା ସହିତ ସମସ୍ତଙ୍କୁ ପଣାବଣ୍ଟନ କରିଥିଲେ ।


