ତରେଇ ପାଟପୁର ଗ୍ରାମରେ ଝାମୁ ଯାତ୍ରା

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲାରେ ବହୁ ସଂସ୍କୃତି ଓ ପରମ୍ପରା ରହିଥିବା ବେଳେ ଝାମୁ ଯାତ୍ରା ଏକ ନିଆରା ପରମ୍ପରା । ମହା ବିଷୁବ ସଂକ୍ରାନ୍ତି ଅବସରରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ତରେଇପାଟପୁର ଗ୍ରାମରେ ଶ୍ରୀ ଶ୍ରୀ ଶ୍ରୀ ନିରାକାରୟ ଠାକୁରଙ୍କ ପ୍ରତିଷ୍ଠିତ ଝାମୁ ଯାତ୍ରା ଗାଁ ନିକଟରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଦଶ ବର୍ଷକୁ ଥରେ ଏହି ଯାତ୍ରା ଗ୍ରାମ କମିଟି ପକ୍ଷରୁ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ବହୁ ଜାକଜମକରେ ପାଳିତ ହୋଇଯାଇଛି । ଏଥିରେ ପୂର୍ବରୁ ମାନସିକ କରିଥିବା ମାନସିକ ଧାରୀ ମାନେ ମୁଣ୍ଡରେ କଳସ ଧରି ନିଆଁରେ ଚାଲି ନିଜ ନିଜ ମାନସିକ ପୂରଣ କରିଥିଲେ । ଏହି ଯାତ୍ରା ଦେଖିବା ପାଇଁ ଗ୍ରାମ ସମେତ ଆଖ ପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ମାନେ ଭିଡ ଜମାଇଥିଲେ । ଗ୍ରାମରେ ଏହି ଯାତ୍ରା ଏକ ଐତିହ୍ୟ ପରମ୍ପରା ଭାବେ ରହିଥିବା ଯୋଗୁଁ ଏହି ଯାତ୍ରା ଗ୍ରାମବାସୀଙ୍କ ପାଇଁ ଏକ ଭାଇଚାରାର ପରିଚୟ ସୃଷ୍ଟି କରୁଛି । ଏହି ଯାତ୍ରାରେ ଗ୍ରାମର ସମସ୍ତ ଜନସାଧାରଣ ସହ ଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ