ମହିଳାଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଗାଈଗୋରୁଙ୍କୁ ଚାଷ ଜମିରୁ ଘଉଡ଼ାଇବା ଭଳି ଏକ ସାମାନ୍ୟ ଘଟଣାକୁ ନେଇ ମହିଳାଙ୍କୁ ଅସଦାଚରଣ ତଥା ଆକ୍ରମଣ ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବରିଷ୍ଠ ଦେୱାନୀ ବିଚାରପତି ତଥା ସହକାରୀ ଦୌରା ଜଜ୍ (ମହିଳା ଅଦାଲତ) ରଶ୍ମିତା ସାହୁ ରାୟଗଡ ଥାନା ଜଲାଙ୍ଗ ଗ୍ରାମର ସୁରେଶ କୁମାର ଭୂୟାଁ (୪୫) ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ଶହ ଟଙ୍କା ଜରିମାନା କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ମାମଲାର ଅନ୍ୟଜଣେ ଅଭିଯୁକ୍ତ ରମେଶ କୁମାର ଭୂୟାଁଙ୍କ ମୃତ୍ୟୁ ହୋଇଯାଇଥିବାରୁ ମାମଲା କେବଳ ସୁରେଶ ବିରୁଦ୍ଧରେ ଚାଲୁରହିଥିଲା । ଉକ୍ତ ମାମଲାରେ ସରକାରଙ୍କ ପକ୍ଷରୁ ଏପିପି ସୌମ୍ଯ ସୌରଭ ପଟ୍ଟନାୟକ ପରିଚାଳନା କରିଥିବା ବେଳେ କେ, ସନମୁଖ ରାଓ ସହଯୋଗ କରିଥିଲେ ବୋଲି ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି I ରାୟଗଡ ଥାନା ଜଲାଙ୍ଗ ଗ୍ରାମର ଚଞ୍ଚଳା ଭୂୟାଁ ୨୦୨୦ ମାର୍ଚ୍ଚ ୨୨ରେ ଚାଷ ଜମି ଜଗିବାକୁ ଯାଇଥିଲେ I ଘରକୁ ଆସି ଖାଇବା ଧରି ପୁଣି ଚାଷ ଜମିକୁ ବାହାରି ଥିବା ବେଳେ ରମେଶ ଓ ସୁରେଶ ତାଙ୍କୁ ଗାଈଗୋରୁଙ୍କୁ କାହିଁକି ବାଡ଼େଇଲୁ ବୋଲି କହି ଗାଳିଗୁଲଜ କରିଥିଲେ। ଧାନ ଖାଇବାରୁ ଘଉଡାଇଲି ବୋଲି ଚଞ୍ଚଳା କହିବା ସତ୍ତ୍ୱେ ତାଙ୍କୁ ଘୋଷାଡି ନେଇ ଅସଦାଚରଣ କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିଲେ ରମେଶ ଓ ସୁରେଶ | ଏନେଇ ରାୟଗଡ଼ ଥାନାରେ ଅଭିଯୋଗ କରିଥିଲେ ଚଞ୍ଚଳା | ୧୦ଜଣ ସାକ୍ଷୀଙ୍କ ବୟାନ ତଥା ଦସ୍ତାବିଜକୁ ଭିତ୍ତି କରି ବିଚାରପତି ଏହି ରାୟ ଶୁଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ