ମହିଳାଙ୍କ ମାସିକ ଧର୍ମକୁ ନେଇ ବିବାଦୀୟ ବୟାନ ଦେଲେ ଗୁଜୁରାଟର ଧର୍ମଗୁରୁ

ଗୁଜୁରାଟ : ମହିଳାଙ୍କ ମାସିକ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଗୁଜୁରାଟର ଜଣେ ଧର୍ମ ଗୁରୁ। ମାସିକ ଧର୍ମ ସମୟରେ ମହିଳା ଯଦି ରୋଷେଇ ବା ଖାଦ୍ୟ ପ୍ରସ୍ତୁତ କଲେ, ପୁନର୍ଜନ୍ମରେ କୁକୁର (ମାଈ କୁକୁର) ରୂପରେ ଜନ୍ମ ନେବେ। ଏହା ସହିତ ଧର୍ମ ଗୁରୁ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ଏପରି ସମୟରେ ତାଙ୍କ ହାତରୁ ଖାଦ୍ୟ ଖାଉଥିବା ବ୍ୟକ୍ତି ଆରଜନ୍ମରେ ବଳଦ ବା ଷଣ୍ଢ ରୂପରେ ଜନ୍ମ ହେବେ। ଏଭଳି ବୟାନ ଦେଇଥିବା ଧର୍ମଗୁରୁ ଜଣକ ହେଉଛନ୍ତି ସ୍ବାମୀ କୃଷ୍ଣସ୍ବରୂପ ଦାସଜୀ। ସ୍ବାମୀ କୃଷ୍ଣସ୍ବରୂପ ଦାସଜୀ ଗୁଜୁରାଟର ସ୍ବାମୀ ନାରାୟଣ ମନ୍ଦିର ସହିତ ସମ୍ପର୍କିତ। ଏହି ସ୍ବାମୀ ନାରାୟଣ ମନ୍ଦିର ଶ୍ରୀ ସହଜାନନ୍ଦ କଲେଜକୁ ପରିଚାଳନା କରୁଛନ୍ତି। ନିକଟରେ ଏହି କଲେଜଟି ମହିଳାଙ୍କ ମାସିକ ଧର୍ମ ପରୀକ୍ଷା କରିବା ନେଇ ଚର୍ଚ୍ଚାକୁ ଆସିଥିଲା। ଗତ ଫେବୃଆରୀ ୧୧ ତାରିଖରେ ଏହି ସମ୍ପର୍କରେ ଘଟଣାକୁ ସାମ୍ନାକୁ ଆସିଥିଲା। ଶ୍ରୀ ସହଜାନନ୍ଦ ଗାର୍ଲ୍ସ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ଯୁବତୀଙ୍କ ମାସିକ ଧର୍ମ ପରୀକ୍ଷା କରିବା ପାଇଁ ସେମାନଙ୍କର ଅନ୍ତର୍ବସ୍ତ୍ର ଚେକ୍‌ କରିଥିଲେ। ଏହି ଘଟଣା ଜଣାପଡିବା ପରେ ସମ୍ପୃକ୍ତ କଲେଜ ଅଧ୍ୟକ୍ଷ ସମେତ କିଛି ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା। ତେବେ ସ୍ବାମୀ କୃଷ୍ଣସ୍ବରୂପ ଦାସଜୀ ମହିଳାଙ୍କ ମାସିକ ଧର୍ମ ସମ୍ପର୍କରେ ବୟାନ ଦେଇ କହିଛନ୍ତି ଯେ, ଆପଣମାନେ ମୋ’ ମନ୍ତବ୍ୟକୁ ପସନ୍ଦ କରୁନଥାଇପାରନ୍ତି, କିନ୍ତୁ ଏହା ଶାସ୍ତ୍ର ସମ୍ମତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ