ତସଲିମା ନସରିନ ଓ ଏ.ଆର ରହେମାନ ଝିଅଙ୍କ ବୁର୍ଖା ଯୁଦ୍ଧ

ନୂଆଦିଲ୍ଲୀ : ପ୍ରଖ୍ୟାତ ଲେଖିକା ତସଲିମା ନସରିନ ଓ ଏ.ଆର ରହେମାନଙ୍କ ଝିଅ ଖତିଜାଙ୍କ ‘ବୁର୍ଖା ଯୁଦ୍ଧ’ ସାମାଜିକ ଗଣମାଧ୍ୟମକୁ ସରଗରମ କରିଦେଇଛନ୍ତି । ଗତ ୧୧ ତାରିଖ ଦିନ ତସଲିମା ବୁରଖାରେ ଥିବା ଖତିଜାଙ୍କ ଏକ ଫଟୋ ସେୟାର କରି ଲେଖିଥିଲେ ମୁଁ ଏ.ଆର ରହେମାନଙ୍କ ସଙ୍ଗୀତର ବହୁତ ବଡ଼ ପ୍ରଶଂସକ । କିନ୍ତୁ ମୁଁ ଯେତେବେଳେ ତାଙ୍କ ଝିଅଙ୍କୁ ଦେଖେ, ଅଣନିଃଶ୍ୱାସୀ ହୋଇପଡ଼େ । ଗୋଟିଏ ସାଂସ୍କୃତିକ ପରିବାରର ଶିକ୍ଷିତ ଝିଅ ଏତେ ସହଜରେ କାହା କଥାରେ ଭାସିଯିବା ସତରେ ଭାରି ନୈରାଶ୍ୟଜନକ । ନସରିନଙ୍କ ଏହି ଟ୍ୱିଟ ୧୭୦୦ ଥର ସେୟାର କରାଯାଇଥିବା ବେଳେ ୬ ହଜାର ଲୋକ ଏହାକୁ ଲାଇକ କରିଛନ୍ତି । ତେବେ ଖତିଜାଙ୍କ ଟ୍ୱିଟର ଆକାଉଣ୍ଟ ନଥିବାରୁ ସେ ନସରିନଙ୍କ ଟ୍ୱିଟର ଏକ ସ୍କ୍ରିନ ସଟ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି ଦେଶରେ ଏତେ ସବୁ ଘଟଣା ଘଟୁଛି । କିନ୍ତୁ କିଛି ଲୋକ ମହିଳାମାନଙ୍କ ଖଣ୍ଡେ କପଡ଼ା ପଛରେ ପଡ଼ିଛନ୍ତି । ଖତିଜା ଆହୁରି ଲେଖିଛନ୍ତି ପ୍ରିୟର ନସରିନ, ମତେ ଦେଖି ଆପଣଙ୍କୁ ଅଣନିଃଶ୍ୱାସୀ ଲାଗୁଥିବାରୁ ମୁଁ ବହୁତ ଦୁଃଖିତ । ଏଣୁ କିଛି ପବନ ପିଅନ୍ତୁ । କାରଣ ମୁଁ ମୋ ପୋଷାକକୁ ନେଇ ଅଣନିଃଶ୍ୱାସୀ ନୁହେଁ, ଓଲଟା ଗର୍ବିତ । ମୁଁ ଆପଣଙ୍କୁ ପରାମର୍ଶ ଦେଉଛି ‘ନାରୀବାଦ’ କ’ଣ ଟିକେ ପଢ଼ି କରି ଆସନ୍ତୁ । କାରଣ କୌଣସି ନାରୀକୁ ତଳକୁ ଟାଣିବା କିମ୍ବା ତାଙ୍କ ବାପାଙ୍କୁ ଅଯଥାରେ ଅପମାନିତ କରିବା “ନାରୀବାଦ” ନୁହେଁ ବୋଲି ଖତିଜା ଲେଖିଛନ୍ତି । ଖତିଜାଙ୍କ ନାମ ଉଲ୍ଲେଖ ନ କରି ନସରିନ ପୁଣି ଟ୍ୱିଟ କରିଛନ୍ତି ବୁରଖାବାଲୀମାନେ ସଶକ୍ତ । ସ୍ୱାଧୀନତା ହେଉଛି ଦାସତ୍ୱ ଓ ଅଜ୍ଞତା ହିଁ ଶକ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ