ମହିଳା ଏସଏଚଜି ପକ୍ଷରୁ ଧାନ ମଣ୍ଡି ଉଦଘାଟିତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରପୋରୀ ବ୍ଲକ ନଗୁଆଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମଦେବତୀ ଏସଏଚଜି ପକ୍ଷରୁ ଆଜି ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ସଭାନେତ୍ରୀ ମନ୍ଦାକିନୀ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମହିଳା ଶିଶୁ ବିକାଶ ଅଧିକାରିଣୀ ନର୍ଝରଣୀ ରାଉତ, ଦୀପାଳୀ ମିଶ୍ର, ଯୋଗାଣ ଅଧିକାରୀ ରେବତୀସ ସିଂନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଥମ ଦିନରେ ୧୫ଜଣ ଚାଷୀଙ୍କ ଠାରୁ ଧାନକ୍ରୟ ହୋଇଥିଲା । ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଓ କ୍ରୟ ନିୟମ ଅଣୁଯାୟୀ ଧାନ କିଣା ହେଉଥିବା ସମ୍ପାଦିକା ସୁଚିସ୍ମିତା ପାଲ କହିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମକୁ ସଦସ୍ୟା ଜାନକୀ ସାହୁ, ଆରତୀ ନନ୍ଦୀ, ଦେବକୀ ନାୟକ, ବିଜୟାଲକ୍ଷ୍ମୀ ଦତ୍ତ, ସାବିତ୍ରୀ ନନ୍ଦୀ, ଶାନ୍ତିଲତା ଦତ୍ତ, ଶାନ୍ତିଲତା ନନ୍ଦୀ ପ୍ରମୁଖ ପରିଚାଳନା କରିଥିଲେ ।


