ମହୁଲି ମଦ ବିକ୍ରୀ ଓତିଆରି ପ୍ରତିବାଦରେ ଥାନାରେ ଅନସନରେ ବସିଲେ ଶତାଧିକ ଗ୍ରାମବାସୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଥାନା ଅନ୍ତର୍ଗତ କୁଟିକିଆ ପଂଚାୟତର ଶତାଧିକ ପୁରୁଷ ମହିଳା ଅଂଚଳରେ ଦେଶୀ ମହୁଲି ମଦ ବିକ୍ରୀ ଓ ତିଆରିକୁ ବିରୋଧ କରି ଆଜି ବାଲିଗୁଡା ଥାନା ପରିସରରେ ଧାରଣାରେ ବସିଥିଲେ । ସୁଚନାରୁ ପ୍ରକାଶ ଯେ କିଛିଦିନ ତଳେ କୁଟିକିଆ ପଂଚାୟତର ନାରୀସଂଘମାନେ ଏକତ୍ରୀତ ହୋଇ ପୋଲିସକୁ ଗ୍ରାମକୁ ଡାକି ପୋଲିସର ଉପସ୍ଥିତିରେ ରନ୍ଧାଯାଉଥିବା ଦେଶୀ ମହୁଲି ଭାଟି ଓ ମହୁଲୀମଦ ଦିକାନକୁ ଭାଙ୍ଗିଥିଲେ । ଗତତିନିଦିନ ତଳେ ଗ୍ରାମରେ ମଦ ବେପାରୀ ଓ ମଦ ରାନ୍ଧୁଥିବା ଲୋକେ ଏକତ୍ରିତ ହୋଇ କିଛି ଗ୍ରାମବାସୀ ମାନଙ୍କ ବିରୁଦ୍ଧରେ ଗ୍ରାମବାସୀ ମାନେ ଆମକୁ ନିଆଁ,ପାଣି,ବଜାର.ପୋଖରିରେ ଗାଧୋଇବା ପାଇଁ ବାରଣ କରୁଛନ୍ତି ଏବଂ ଆମକୁ ମାରପିଟ କରୁଛନ୍ତି ବୋଲି ଥାନାରେ କିଛି ଗ୍ରାମବାସୀ ମାନଙ୍କ ନାମରେ ଏତଲା ଦେଇଛନ୍ତି ।ଏହି ଘଟଣା ସଂପୁର୍ଣ୍ଣ ମିଥ୍ୟା ଓଯୋଉଁ ଗ୍ରାମବାସୀଙ୍କ ନାମରେ ମିଛ କେସ ଦେଇଛନ୍ତି ସେମାନଙ୍କ ବିରୋଧରେ କରାଯାଇଥିବା କେଶକୁ ଉଠାଯାଉ,ଆମେ ମଦ ପିଇବା ଓ ମଦ ତିଆରିକୁ ବିରୋଧ କରୁଛୁ କିନ୍ତୁ ଗ୍ରାମରେ କାହାକୁ ନିଆଁ,ପାଣି,ପୋଖରୀରେ ଗାଧୋଇବା ବଜାରରୁ ସଉଦା କିଣିବା ଏସବୁକୁ ବିରୋଧ କରୁନାହୁଁ ଏସବୁ ମଦ ବେପାରୀ ମାନଙ୍କର ମନଗଢା କାହାଣୀ ବୋଲି କହିଛନ୍ତି । ପୋଲିସ ତରଫରୁ ବୁଝାସୁଝା କରିବା ପରେ ଧାରଣାରେ ବସିଥିବା ଗ୍ରାମବାସୀ ମାନେ ଉଠିଥିଲେ ।


