ମହେନ୍ଦ୍ରା ଟିୟୁବି ଧକ୍କାରେ ବୁଦ୍ଧ ମୃତ୍ୟୁ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ମାଣ୍ଡି ମେରା ନିକଟରେ ଏକ ମହେନ୍ଦ୍ରା ଟିୟୂ ଭି ଗାଡି ଧକ୍କାରେ ଜଣେ ବୁଦ୍ଧଙ୍କ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଶୁକ୍ରବାର ବିଳମ୍ବିତ ରାତିରେ ପୁରୀରୁ ନିଜ ଗ୍ରାମ ଗୁଣୁପୁରକୁ ମହିନ୍ଦ୍ରା ଟିୟୁ ଭି ଗାଡି ନଂ (ଓଡି ୧୮ଜି୧୧୮୮) ଯୋଗେ ଫେରୁଥିବା ବେଳେ ମାଣ୍ଡି ମେରା ନିକଟରେ ଜାତୀୟ ରାଜପଥ ୩୭୬ରେ ରାସ୍ତାରେ ଯାଉଥିବା ପଥଚାରୀ ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ରାଜେନ୍ଦ୍ର ଲିମା (୫୫)ଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ଲିମାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ଅଡବା ପୁଲିସ ପହଞ୍ଚି ଶବକୁ ଜବତ କରି ଶନିବାର ଦିନ ବ୍ରହ୍ମପୁର ମେଡିକାଲକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି। ଏହି ଦୁର୍ଘଟଣା ଘଟାଇଥିବା ଗାଡି ଓ ଚାଳକ ସନ୍ଡ୍ରୋଷ କୁମାର ଗୌତଙ୍କୁ ଅଟକ ରଖି ଥାନା କେସ ନଂ ୧୨୧ / ୨୧ରେ ମସଲା ରୁଜ୍ଜୁ କରି ତଦନ୍ତ ଜାରୀ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ