ମାଇ ହାତୀର ମୃତ୍ୟୁ
ଯୋଡା (ସମୀର କୁମାର ଦାସ) : ଚମ୍ପୁଆ ରେଂଜ ବାମେବାରୀ ବନପାଳ ଅଧିନସ୍ଥ କାଶିଆ ଜଙ୍ଗଲରୁ ସୋମବାର ଏକ ମାଇହାତୀର ଗଳିତ ଶବ ବନ ବିଭାଗ ଉଦ୍ଧାର କରିଛି । ବାମେବାରୀ ବନପାଳ ଯତିନ୍ଦ୍ର କୁମ।।ର ସାହୁଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ଉକ୍ତ କାଶିଆ ଜଙ୍ଗଲରେ ଏକ ହାତୀର ଗଳିତ ଶବ ପଡିଥିବା ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳକୁ ବନବିଭାଗର ଅଧିକାରୀ ଯ।।ଇ ଯାଂଚ କରିଥିଲେ । ମଙ୍ଗଳବାର ଏକ ମେଡିକାଲ ଟିମ୍ ଦ୍ୱାରା ମାଇହତୀର ଶବ ବ୍ୟବଛେଦ କରାଯାଇ ଉକ୍ତ ଜଙ୍ଗଲରେ ପୋତି ଦିଆଯଇଥିଲା । ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନପାଳ ଯତିନ୍ଦ୍ର ସାହୁ କହିଛନ୍ତି । ଏହି ମେଡିକାଲ ଟି୍ମ୍ ସହିତ ବାମେବାରୀ ବନପାଳ ଓ ଅନ୍ୟ ବନ ଅଧିକାରୀମାନେ ଉପସ୍ଥିତ ଥିଲେ ।


