ଅଙ୍ଗନଓାଡି କର୍ମୀଙ୍କ ମୃତ୍ୟୁ

ଯୋଡା (ସମୀର କୁମାର ଦାସ) : ଅନ୍ତର୍ଗତ ବିଲେଇପଦା ଅଙ୍ଗନଓାଡି କେନ୍ଦ୍ରର କର୍ମୀ ରୁକ୍ମଣୀ ମହାନ୍ତ (୫୫) ଙ୍କର ରବିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ, ଚମ୍ପୁଆ ବ୍ଲକ ଅନ୍ତର୍ଗତ ଶ୍ରିଧରପୁର ଗ୍ରାମର ରୁକ୍ମଣୀ ମହାନ୍ତ ରବିବାର ପୂର୍ବାହ୍ନରେ ବିଲେଇପଦା ଅଙ୍ଗନଓାଡି କେନ୍ଦ୍ରରେ କାର୍ଯ୍ୟରତ ଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁୁରନ୍ତ ଚିକିତ୍ସା ନିମନ୍ତେ ପ୍ରଥମେ ଚମ୍ପୁଆସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ପଠାଯାଇଥିଲା । ମାତ୍ର ପରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଥିଲା । ରବିବାର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ