ବାଲିକୁଦାରେ ପୁଣି ମାତିଲେ ରାହାଜାନି ଦଳ

ଜଗତସିଂହପୁର, (ଅନସୂୟା ରାଉତ) :-ଗତକାଲି ବିଳମ୍ବିତ ରାତ୍ରିରେ ବାଲିକୁଦା ଥାନା ଅନ୍ତର୍ଗତ ବଡଗାଁ ସ୍କୁଲ୍ ନିକଟରେ ଏକ ରାହାଜାନି ଘଟିଥିବା ଜଣାପଡିଛି। ପ୍ରକାଶ ଥାଉକି ବାଲିକବା ଅଞ୍ଚଳର ସଞ୍ଜୟ ପାଢି ନାମକ ଜନୈକ ରୋଷେୟା ଗୋଟିଏ ଭୋଜି ଶେଷ କରି ନିଜ ଘର ତୁଣ୍ଡି ଗ୍ରାମକୁ ଯାଉଥଲେ । ବଡଗାଁ ସ୍କୁଲ ନିକଟରେ ବାଇକରେ ଆସୁଥିବା ଦୁଇ ଯୁବକ ତାଙ୍କ ମୁହଁକୁ ପାଣି ମାଡ କରିଥିଲେ । ପରେ ତାଙ୍କ ପାଖରେ ଥିବା ପାଖାପାଖି ୧୨୦୦୦ଟଙ୍କା ଛଡାଇ ନେଇ ପଳାଇ ଥିଲେ । ଏ ବାବଦରେ ସଞ୍ଜୟ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବାଲିକୁଦା ପୋଲିସ ଏ ବାବଦରେ ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଥାଉକି ବାଲିକୁଦା ପୋଲିସ କିଛିଦିନ ହେବ ବହୁ ନିଶା ବେପାରୀଙ୍କ ଆଖିରୁ ନିଦ ହଜାଇ ଦେଇଛି । ଏବେ ନିଶା ମାଫିଆ ରାହାଜାନି ପନ୍ଥା ଅବଲମ୍ବନ କରିଥିବା ସାଧାରଣରେ ଚର୍ଚ୍ଚା ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ