ମା’ମାଳିଝୋଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୁଗୁଡ଼ା(ଅନିଲ କୁମାର ମହାରଣା): ବୁଗୁଡ଼ାର ବାଲିପିଣ୍ଡି ମିନି ଷ୍ଟାଡିୟମରେ ମା’ ମାଳିଝୋଳା ୟୁଥ ଆସୋସିଏସନର କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଜାନୁୟାରୀ ୧୦ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନଗର ବିଜୁ ଜନତା ଦଳର ସଭାପତି ରାଜେନ୍ଦ୍ର କୁମାର ପାଢୀ ଏବଂ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି କେ. ତ୍ରିଲୋଚନ ଦୋରା, ଗଣେଶ ବଜାର ସଭାପତି ଏସ୍.ଦିଲ୍ଲେଶ୍ବର ପାତ୍ର, ଯୁବ ବିଜୁ ଜନତା ଦଳ ସଭାପତି କେଶବ ସାହୁ,ଓ ଯୁବ ବିଜୁ ଜନତା ଦଳ ନେତା ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଉଦଘାଟନୀ ମ୍ୟାଚ କେନ୍ଦୁବାଡି ଓ କୁଶପଲ୍ଲୀ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ୍ ଜିତି କେନ୍ଦୁବାଡି ଟିମ୍ ବ୍ୟାଟିଂ କରି ୧୧ ଓଭରରେ ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ହରାଇ ୮୩ ରନ କରିଥିବା ବେଳେ କୁଶପଲ୍ଲୀ ଟିମ୍ ୯ ଓଭରରେ ୮୪ ରନ କରି ବିଜୟୀ ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେଇଛନ୍ତି। ମା’ ମାଳିଝୋଳା ୟୁଥ ଆସୋସିଏସନର ମାଳି ବେହେରା, ଟୁଲୁ , ବିଶାଳ, ଅମର, ରିଙ୍କୁ , ବାବୁ, କାଳିଆ ଓ ସନ୍ୟାସୀ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ