କନ୍ଧମାଳରେ ବିଜେପିର ଦୁଇ ଦିନିଆ ସମ୍ମିଳନୀ : ଦଳୀୟ ସଂଗଠନକୁ ମଜଭୁତ କରିବାକୁ ଆହ୍ୱାନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ବିଜେପିର ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ବରୀ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସଂଗଠନ ସୁଦୃଢ ହେବାର ଗୁରୁମନ୍ତ୍ର ଦେଇଛନ୍ତି । ପ୍ରଥମ ଦିନ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ବିଜେଡି ସରକାର ଓ ବିରୋଧୀ କଂଗ୍ରେସ ବିରୋଧରେ ଖୁବ ବର୍ଷିଥିଲେ । ଦ୍ବିତୀୟ ଦିନରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ସେ ଯୋଗ ଦେଇ ଦଳୀୟ ସଂଗଠନକୁ ମଜଭୂତ କରିବା ଉପରେ କହିଥିଲେ । ମୋଦୀ ସରକାରର ଜନହିତକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା କରିବାକୁ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ବିଜେପିର ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତରାୟ, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ବରିଷ୍ଠ ନେତା କରେନ୍ଦ୍ର ମାଝି, ଭଗବାନ ମହାନ୍ତି, କମଳାକାନ୍ତ ପାଣ୍ଡେ, ଲିଙ୍ଗରାଜ ଦଳବେହେରା, ରମେଶ ମହାନ୍ତି, ଅଜିତ କୁମାର ପଟ୍ଟନାୟକ, ପଦ୍ମଚରଣ ଦାସ, ଅନନ୍ତ କୁମାର ଦିଗାଲ, ସୁଶାନ୍ତ କୁମାର ମହାନ୍ତିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଉପସ୍ଥିତ ଥିଲେ ।

Attachments area
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ