ମାଲିକ ର ବିଶ୍ୱାସ ରେ ବିଷ…..

ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡ଼ଙ୍ଗା):ମାଲିକ ର ବିଶ୍ୱାସ ରେ ବିଷ ଦେଇ ଜଣେ ଡ୍ରାଇଭର ଗାଡ଼ି କୁ ହଡପ କରିବା ପାଇଁ ନିଜେ ରଚିଥିଲା ମିଛ ଡକାୟତି ର ଯୋଜନା ।ଏଭଳି ଘଟଣା ର ତଦନ୍ତ କରି ଖଲ୍ଲିକୋଟ ପୋଲିସ କରିଛି ପର୍ଦ୍ଦାଫାସ ।ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ମଣିଦେଇ ପେଣ୍ଠ ଗ୍ରାମର କାହ୍ନୁ କୁମାର ଚୌଧୁରୀ(୨୬) ଭୁବନେଶ୍ୱର ର ଜଣେ ମାଲିକ ଙ୍କ ଟାଟା ଇଂଟ୍ରା ପିକପ ଭ୍ୟାନ ନମ୍ବର ଓଡ଼ି ୦୨ ବିକ୍ୟୁ ୮୨୨୦ କୁ ଚଳାଉଥିଲେ ।ଗତ ୨୮ ତାରିଖରେ କୌଣସି ଏକ ଭଡା ରେ ଗାଡ଼ି ନେଇ ବ୍ରହ୍ମପୁର ଆସିଥିଲା ଡ୍ରାଇଭର କାହ୍ନୁ । ବ୍ରହ୍ମପୁର ରୁ ଭଡା ଟଙ୍କା ଧରି ୨୯ ତାରିଖରେ ପାଟପୁର ଥାନା ଅଞ୍ଚଳରେ ଥିବା ନିଜ ଗାଁ କୁ ଚାଲି ଯାଇଥିଲା ଡ୍ରାଇଭର । ୩୦ ତାରିଖରେ କାହ୍ନୁ ପିକପ ଭ୍ୟାନ ଧରି ଭୁବନେଶ୍ୱର ଫେରୁଥିବା ବେଳେ ଖଲ୍ଲିକୋଟ ବଡ଼ ଘାଟି ରେ କିଛି ଅଜଣା ଦୁର୍ବୁତ୍ତ ଗାଡ଼ି କୁ ଅଟକାଇ ଡ୍ରାଇଭର କୁ ମାଡ଼ ମାରି ଆହତ କରିବା ପରେ ପିକପ ଗାଡ଼ି କୁ ଛଡାଇ ନେଇ ବ୍ରହ୍ମପୁର ଆଡେ ପଳେଇ ଯାଇଥିଲେ ।ଏହାସହ ଡ୍ରାଇଭର ର ମୋବାଇଲ ଫୋନ ଓ ଡିଏଲ ମଧ୍ୟ ଛଡ଼ାଇ ନେଇ ପଳେଇ ଯାଇଥିଲେ ।ଏହାପରେ କାହ୍ନୁ ଭୟ ରେ ବ୍ରହ୍ମପୁର ଚାଲି ଯାଇଥିଲେ ଏବଂ ମାଲିକ ଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ ।ମାଲିକ ଆସିବା ପରେ ଗତକାଲି ଅର୍ଥାତ ୧ ତାରିଖ ସନ୍ଧ୍ୟାରେ ଖଲ୍ଲିକୋଟ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ ।ଅଭିଯୋଗ ପାଇବା ପରେ ଖଲ୍ଲିକୋଟ ଥାନା କେସ ନମ୍ବର ୫୫୧/୨୦୨୨ ଅନୁଯାୟୀ ମାମଲା ରୁଜ୍ଜୁ କରି ତୁରନ୍ତ ଅନୁସନ୍ଧାନ ଆରମ୍ଭ କରିଥିଲା ପୋଲିସ ।ତେବେ ଗାଡ଼ି ଲୁଟ ହେବାର ୨୪ ଘଣ୍ଟା ରୁ ଅଧିକ ସମୟ ବିତିଗଲା ପରେ ଥାନାରେ ଅଭିଯୋଗ କରି ଥିବାରୁ ପୋଲିସ ଡ୍ରାଇଭର କୁ ହିଁ ସନ୍ଦେହ କରିଥିଲା ।ଡ୍ରାଇଭର କାହ୍ନୁ କୁ ଥାନାରେ ଅଟକ ରଖି ଜେରା କରିବା ପରେ ସେ ସବୁ ସତକଥା ମାନି ଯାଇଥିଲା ।ନିଜେ ଅଭିଯୋଗ କାରୀ ହିଁ ଲୁଟେରା ବୋଲି ଜଣାପଡିଥିଲା ।ଲୋଭ ର ବଶବର୍ତ୍ତୀ ହୋଇ ଏଭଳି ଘଟଣା ଘଟାଇଥିବା ଡ୍ରାଇଭର କହିଛି ।ସେ ଲୁଚାଇ ରଖିଥିବା ନାରାୟଣୀ ଜଙ୍ଗଲ ରୁ ପିକପ ଗାଡ଼ି କୁ ଉଦ୍ଧାର କରାଯାଇଛି ।ଆଜି ମାଲିକ ଚନ୍ଦନ କୁମାର ଙ୍କୁ ଗାଡ଼ି ଚାବି ହସ୍ତାନ୍ତର କରିଛନ୍ତି ଥାନା ଏସ ଆଇ ହିମାଂଶୁ ପାତ୍ର ।ଡ୍ରାଇଭର କାହ୍ନୁ କୁମାର ଚୌଧୁରୀ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ଆଜି ଖଲ୍ଲିକୋଟ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ଜଗନ୍ନାଥ ମଲ୍ଲିକ ଉପସ୍ଥିତ ରହି ଏ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ