ମାସ୍କ ପିନ୍ଧି ବାହାହେଲେ ବରକନ୍ୟା

ସୁନ୍ଦରଗଡ଼: ନା ବାଜିଥିଲା ବାଜା, ନା ଫୁଟିଥିଲା ବାଣ ରୋଷଣି । ବିନା ସୋର ଶବ୍ଦରେ ଆସିଥିଲେ ବର । ବରଯାତ୍ରୀ ଥିଲେ ମାତ୍ର ୫ ଜଣ । ସମସ୍ତଙ୍କ ମୁହଁରେ ଥିଲା ମାସ୍କ । କନ୍ୟା ଘରେ ବରକୁ ବରଣ କଲା ବେଳେ ଦ୍ୱାର ମୁହଁରେ ହସ୍ତ ପ୍ରକ୍ଷାଳକ (ସାନିଟାଇଜର) ଧରି ଜଗିଥିଲା ଜଣେ । ସମସ୍ତେ ତାହାକୁ ହାତରେ ଲଗାଇ ଜଣ ଜଣ କରି ଭିତରକୁ ପଶୁଥିଲେ । ବେଦୀକୁ ଉଠିଲା ବେଳକୁ ଉଭୟ ବରକନ୍ୟାଙ୍କ ମୁହଁରେ ମଧ୍ୟ ଲାଗିଥିଲା ମାସ୍କ । ସାମାଜିକ ଦୂରତ୍ୱ ବଜାୟ ରଖି ବସିଥିଲେ ବର, କନ୍ୟା ଓ ପଣ୍ଡିତ । ମନ୍ତ୍ର ଉଚ୍ଚାରଣ ମଧ୍ୟରେ ପଡ଼ିଥିଲା ହାତଗଣ୍ଠି । ତାଲାବନ୍ଦ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ଝାରଗାଁରେ ଏମିତି ଏକ ନିଆରା ବାହାଘର ଅନୁଷ୍ଠିତ ହୋଇଯାଇଛି । ନୂଆଡିହିର ଜଣେ ଜଣାଶୁଣା ସମାଜସେବୀ ସ୍ନେହଲତା ପଟେଲଙ୍କୁ ଏକମାତ୍ର ପୁଅ ଅମ୍ରିତ ଝାରଗାଁର ଅରୁଣ ପଟେଲ ଓ ସୁଷମାଙ୍କ ପ୍ରଥମ ଝିଅ ଶୁଭଶ୍ରୀଙ୍କ ବିବାହ ଅନୁଷ୍ଠିତ ହୋଇଛି । ଅମ୍ରିତଙ୍କ ବାପା ମଦନମୋହନ ପଟେଲଙ୍କ କହିବା ଅନୁସାରେ, ଏପ୍ରିଲ ୧୭ କୁ ବାହାଘର ତିଥି ଧାର୍ଯ୍ୟ ହୋଇସାରିଥିଲା । ୧୪ ରେ ତାଲାବନ୍ଦ ସରୁଥିବାରୁ ୧୭ ରେ ବାହାଘର ନିଶ୍ଚିତ ହେବ ବୋଲି ଭାବି ନେଇଥିଲେ ଉଭୟ ପକ୍ଷ । ତେଣୁ ତାରିଖ ଘୁଞ୍ଚାଇବାକୁ ଉଚିତ ମଣି ନଥିଲେ । ତାଲାବନ୍ଦ ପୁଣି ମେ ୩ ତାରିଖକୁ ଘୁଞ୍ଚି ଯାଇଥିଲା ମେ ୩ କୁ । ବହୁତ ଚିନ୍ତା କରିବା ପରେ ଉଭୟ ପକ୍ଷ ତାଲାବନ୍ଦ କଟକଣା ମାନି ବାହାଘର କରିବାକୁ ସ୍ଥିର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ