ମା’ ମହୁରୀକାଳୁଆ ଯାତ୍ରା ସକାଶେ ପ୍ରାକ୍ ପ୍ରସ୍ତୁତି ବୈଠକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ଆଙ୍କୋରଡ଼ା ଗ୍ରାମରେ ଅସନ୍ତା ୩ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ମା’ ମହୁରୀକାଳୁଆ ଯାତ୍ରା ସକାଶେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଶୁକ୍ରବାର ଅପରାହ୍ନରେ ପୌରପରିଷଦ କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ଅନୁଷ୍ଠିତ ହୋଇଯାଇଛି । ପୌରପରିଷଦର ନିର୍ବାହୀ ଅଧିକାରୀ ମନୋରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯାତ୍ରାର ସୁପରିଚାଳନା ସକାଶେ ଆଲୋଚନା କରାଯାଇଥିଲା । ୮ ଦିନ ଧରି ହେବାକୁ ଥିବା ଯାତ୍ରାରେ ଆଇନଶୃଙ୍ଖଳା ପରିସ୍ଥିତି, ପାନୀୟଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ମା’ ମହୁରୀକାଳୁଆଙ୍କ ଯାତ୍ରା ଉପଲକ୍ଷେ ଯାତ୍ରାର ପ୍ରଥମ ଦିବସ ୩ ତାରିଖରେ ମା’ଙ୍କ ଆଗମନ ଓ ନଗର ପରିକ୍ରମା, ୪ ତାରିଖରେ ଅଧିବାସ ଓ ୨୪ ପ୍ରହର ନାମଯଜ୍ଞ ଆରମ୍ଭ , ୮ ତାରିଖରେ ନାମଯଜ୍ଞ ପୂର୍ଣ୍ଣାହୁତି ଓ ଅନ୍ନଯଜ୍ଞ, ୯ ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ୧୦ ତାରିଖରେ ମା’ଙ୍କୁ ମେଲାଣି ଦିଆଯିବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି । ଆୟୋଜିତ ବୈଠକରେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଯାତ୍ରା ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ପୋଲାଇ, ବିଦ୍ୟୁତ ବିଭାଗୀୟ ସହକାରୀ ଯନ୍ତ୍ରୀ ସରୋଜ କୁମାର ମିଶ୍ର, ଅଗ୍ନିଶମ ବିଭାଗୀୟ ଭାରପ୍ରାପ୍ତ ଅଧିକାରୀ ଲବ ନାୟକ, ଅବକାରୀ ବିଭାଗୀୟ ଏଏସଆଇ ଗିତାଂଜଳି ବେହେରା, ପୌରପରିଷଦର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ପ୍ରେସକ୍ଳବ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକ, ସମ୍ପାଦକ ଦ୍ୱୀତିକୃଷ୍ଣ ପଣ୍ଡା, ସାମ୍ବାଦିକ ଶେଷଦେବ ସାହୁ, ରଜନିକାନ୍ତ ପାତ୍ର, ଦ୍ୱିତୀକୃଷ୍ଣ ସାବତ, ପ୍ୟାରୀମୋହନ ପାଢି, ଯାତ୍ରା କମିଟି ସଭ୍ୟ ଯୁଧିଷ୍ଟିର ସ୍ୱାଇଁ, ଯୋଗେନ୍ଦ୍ର ନାରାୟଣ ଖାଡ଼ଙ୍ଗା, ଅରକ୍ଷିତ ବାଡ଼ତ୍ୟା, ସୁନିଳ ନାହାକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପୌର ପରିଷଦ କର୍ମଚାରୀ ଅଭିରାମ ସାହୁ, ସୁବାଷ ଚନ୍ଦ୍ର ପଟ୍ଟନାୟକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ