“ମିଛ କବିତା” ଏକ ଆନ୍ଦୋଳନ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ସକାଳୁ ସକାଳୁ ଫେସବୁକ, ହ୍ବାଟସଆପ ଗ୍ରୁପ, ଇନଷ୍ଟାଗ୍ରାମ ଆଦି ସାମାଜିକ ଗଣମାଧ୍ୟମରେ ଦୈନନ୍ଦିନ ଘଟଣାବଳୀକୁ ଆଧାର କରି “ମିଛ କବିତା” ନାଆଁ ଦେଇ ୨ ପଦ ବିଶିଷ୍ଟ କବିତା ଲେଖି ଆସୁଛନ୍ତି କବି ଦୀପ୍ତି ରଞ୍ଜନ ନାୟକ । ଏହି କବିତା ସୋଶିଆଲ ମିଡିଆରେ ପ୍ରଭାବ ବିସ୍ତାର କରିଛି । ସାରା ଓଡିଶାରେ ଏହା ଚହଳ ସୃଷ୍ଟି କରିଛି । ଏହା ସମାଲୋଚନାର ଆଧାର, ଏକ ଆନ୍ଦୋଳନ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ବୁଧବାର ସନ୍ଧ୍ୟାରେ ଭଦ୍ରକ ଜିଲା ଆରଡି ନିକଟସ୍ଥ କୁଳେଇପଦା ଠାରେ ଆୟୋଜିତ ମିଛ କବିତା ସାହିତ୍ୟ ସଂସଦ ୫ମ ବାର୍ଷିକ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ କହିଥିଲେ । କବି ମନ୍ମଥ କୁମାର ବିଶ୍ବାଳଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଇଂ ଅଭୟ ସୁତାର ମୂଖ୍ୟ ଅତିଥି, କଟକ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ଦେବାଶିଷ ସାମଲ ମୂଖ୍ୟ ବକ୍ତା, ଭଦ୍ରକ ଜିଲା ମହୋତ୍ସବ ତ୍ୟାଗଭୂମିର ସଭାପତି ଅଜୟ ନାୟକ, ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ମହାନ୍ତି, ବାବାମଣି ଡିଗ୍ରୀ କଲେଜର ଅଧ୍ୟାପକ ନିକୁଞ୍ଜ କିଶୋର ଜେନା, ଘଣ୍ଟେଶ୍ବର ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ, ଭଦ୍ରକର ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ ତ୍ରୀପାଠୀ, ଧରିତ୍ରୀ ଭଦ୍ରକ ଜିଲା ପ୍ରତିନିଧି ସନାତନ ରାଉତ ପ୍ରମୁଖ ସମ୍ନାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷକ ଦିଲ୍ଲୀପ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଂପାଦକ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଅମରେନ୍ଦ୍ର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ମଠଡିହ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହ ସ୍ବାଗତ ନୃତ୍ୟ କରିଥିଲେ । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ କଳାକାର ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇଥିଲା । ସାଠିବାଙ୍କୁଡାର ରବିନ୍ଦ୍ର ମହାକୁଳଙ୍କୁ ମିଛ କବିତାର ଶ୍ରେଷ୍ଠ ପାଠକ ମାନ୍ୟତା ସମ୍ମାନ ପ୍ରଦାନ କରାଯାଇଥିଲା ।


