ଭଞ୍ଜନଗର ଠାରେ ସାହିତ୍ୟ ଘର
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଓଡିଶା ଆଦର୍ଶ ବିଦ୍ୟାଳୟ,ଜିଲୁଣ୍ଡି ପଲ୍ଲୀ, ଭଞ୍ଜନଗର ଠାରେ ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ଜାରି ରହିଥିବା ଅନନ୍ୟ କାର୍ଯ୍ୟକ୍ରମ ସପ୍ତାହବ୍ୟାପୀ ଭଞ୍ଜ ଜୟନ୍ତୀ ପାଳନର ଷଷ୍ଠ ଦିବସ ଅନୁଷ୍ଠିତ ହୋଇଯାଇଛି ଏଥିରେ ସାହିତ୍ୟ ଘରର ସଭାପତି ପ୍ରଫେସର କୃତିବାସ ବିଶ୍ବାଳ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବ୍ଳକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ ଙ୍କ ସମେତ ସଂପାଦକ ସନ୍ତୋଷ ଜେନା,କୋଷାଧ୍ୟକ୍ଷ ତ୍ରିନାଥ ବେହେରା,ଦୁଇ ଜଣ ଉପଦେଷ୍ଚା ମନୁନନ୍ଦ ପତି ଏବଂ ଜଗବନ୍ଧୁ ଜେନା ଙ୍କ ସମେତ ବରିଷ୍ଠ ସଦସ୍ୟ ସଂସ୍କୃତିରତ୍ନ ନାରାୟଣ ମହାରଣା, ସୁବାସ ଚନ୍ଦ୍ର ତାରିଣୀ ,ସଦସ୍ୟା ସୁଜାତା ସିଂ,ସଙ୍ଗୀତା ପଣ୍ଡା ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସମ୍ବନ୍ଧୀୟ ନାନା ଅନାଲୋଚିତ କଥା ଜଣାଇଥିଲେ କାର୍ଯ୍ୟକ୍ରମରେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ତରଫରୁ ଭଞ୍ଜ ସଂଗୀତ ଗାନ କରାଯାଇଥିଲା


